ପଦ୍ମ ଧରିଲେ ଅନୁଭବ

ପଦ୍ମ ଧରିଲେ ଅନୁଭବ


  ଭୁବନେଶ୍ୱର: ପଦ୍ମ ଧରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ଓଡିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ସିନେ ତାରକା ଅନୁଭବ ମହାନ୍ତି । ଅନୁଭବ ଆଜି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ବିଜେପିର ବରିଷ୍ଠ ନେତା ବିନୋଦ ତାୱଡ଼େ ଅନୁଭବ ମହାନ୍ତିଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ଦୁଇ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ଅନୁଭବ କେଉଁ ଦଳକୁ ଯିବେ ତାହାକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ ସବୁ ସସପେନ୍ସର ଅନ୍ତ ଘଟିଛି । ଆଜି ଅନୁଭବ ବିଜେପିରେ ମିଶିଛନ୍ତି ।  କିଛିଦିନ ତଳେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ନିଜର ଇସ୍ତଫାପତ୍ର ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିଲେ । ଦଳ ମୁଖିଆଙ୍କୁ ଦେଖା କରିବାର ସୁଯୋଗ ମିଳୁନାହିଁ ବୋଲି ଅନୁଭବ ତାଙ୍କ ଇସ୍ତଫାପତ୍ରରେ ଲେଖିଥିଲେ । ସୂଚନାଯୋଗ୍ୟ ଯେ, ୨୦୧୩ରେ ଅନୁଭବ ବିଜେଡିରେ ସାମିଲ ହୋଇଥିଲେ । ୨୦୧୪ର ବିଜେଡି ଟିକେଟରେ ରାଜ୍ୟସଭା ସାଂସଦ ହୋଇଥିଲେ । ୨୦୧୯ରେ କେନ୍ଦ୍ରାପଡ଼ାଳୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।