ବିଜେଡି, ବିଜେପି କଳିରେ କଂଗ୍ରେସର ହେବ ଫାଇଦା!

ବିଜେଡି, ବିଜେପି କଳିରେ କଂଗ୍ରେସର ହେବ ଫାଇଦା!


 ନୀଳଗିରି: ୨୦୨୪ର୍ନିବାଚନ ପାଇଁ ନୀଳଗିରି ନିର୍ବାଚନ ମଣ୍ଡଳୀରେ ଉଭୟ ବିଜେଡି ଓ ବିଜେପି ଦଳରେ ପାର୍ଥି ଚୟନକୁ ନେଇ ବିବାଦ ଲାଗିରହିଥିବା ବେଳେ ଏହାର ଫାଇଦା କଂଗ୍ରେସ ନେବ ବୋଲି ଏକ ପ୍ରେସ୍ ମିଟ୍ରେ ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆ·ର୍ଯ୍ୟ ସୂଚନା ଦେଇଛନ୍ତି । ନୀଳଗିରିର ଯାହା ସବୁ ହୋଇଛି ତାହା ଦୁଇ ଦୁଇ ଥର କଂଗ୍ରେସ ଦଳର ବିଧାୟକ ହୋଇଥିବା ବେଳେ ହୋଇଥିଲା ବୋଲି ସେ କହିଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ଅକ୍ଷୟ କୁମାର ଆ·ର୍ଯ୍ୟଙ୍କୁ ପୁଣି ଥରେ ବିଧାୟକ ଭାବେ ଦେଖିବା ପାଇଁ ନୀଳଗିରିବାସୀଙ୍କ ସହଯୋଗ କାମନା କରିଛନ୍ତି । ଏହି ସମ୍ମିଳନିରେ ପ୍ରଫୁଲ୍ଲ ବେହେରା, ପ୍ରଫୁଲ୍ଲ ରାଉଳ, ଜୟନ୍ତ ଦାସ, ବିଶ୍ୱନାଥ ଦାସ, ସଦାଶିବ ରଥ ପ୍ରମୁଖ ଉପସ୍ଥିତ ଥିଲେ ।