ବାଇକ୍ ଧକ୍କାରେ ଜଣେ ମୃତ

ବାଇକ୍ ଧକ୍କାରେ ଜଣେ ମୃତ


 ବଡ଼ସାହି : ବଡ଼ସାହି ଥାନା ଅନ୍ତର୍ଗତ ବାଲିଯୋଡ଼ା ଛକ ନିକଟରେ ଥିବା ଦୋକାନ ପାଶ୍ୱର୍ରେ ଛିଡା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ବାରିପଦା ପଟୁ ଆସୁଥିବା ଏକ ବାଇକ ଧକ୍କା ଦେଇଥିଲା । ଫଳରେ ଉକ୍ତ ବ୍ୟକ୍ତି ପଡିଯିବାରୁ ତାଙ୍କ ମୁଣ୍ଡରେ ଜୋରରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ପିଆରଏମ ମେଡିକାଲ କଲେଜକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବ୍ୟକ୍ତି ଜଣକ ହେଲେ ନିକଟସ୍ଥ କଦଳିଆପାଳ ଗ୍ରାମର ଶରତ ଚନ୍ଦ୍ର ନାଏକ (୫୧) । ଧକ୍କା ଦେଇଥିବା ବାଇକ ନମ୍ବର୍ ଓଡ଼ି ୧୧ ଏକ୍ସ୍ ୭୫୮୬  । ମୃତକଙ୍କ ପାଇଁ ସ୍ଥାନୀୟ ଲୋକେ ବାରିପଦା - ଉଦଳା ରାସ୍ତା ରୋକ କରିଥିଲେ । ଖବର ପାଇ ବଡ଼ସାହି ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କଲାପରେ ରାସ୍ତା ରୋକ୍ ହଟିଥିଲା ।  ଏ  ସମ୍ପର୍କରେ ବଡ଼ସାହି ଥାନାରେ ଏକ କେସ ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ।