ଓଡ଼ିଶା ପର୍ୟ୍ୟଟନର ବିକାଶ ପାଇଁ ବିଜେଟରେ ଘୋଷଣା
ନୂଆଦିଲ୍ଲୀ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ଆଗତ ହେଲା ପୂର୍ଣ୍ଣାଙ୍ଗ ବଜେଟ୍ । ଦିନ ୧୧ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି । ସପ୍ତମ ଥର ବଜେଟ ଉପସ୍ଥାପନ କଲେ ନିର୍ମଳା ସୀତାରମଣ । ଲଗାତାର ସପ୍ତମ ଥର ପାଇଁ ସଂସଦରେ ଦେଶର ଆୟ-ବ୍ୟୟର ହିସାବ ରଖିଛନ୍ତି ସୀତାରମଣ । ମୋଦି ସରକାର ୩.୦ର ଏହା ପ୍ରଥମ ବଜେଟ୍ ହୋଇଥିବାବେଳେ ଏଥିରୁ ଅନେକ ଆଶା ବାନ୍ଧି ବସିଛନ୍ତି ସବୁ ବର୍ଗର ଲୋକେ । ତେବେ ଅର୍ଥମନ୍ତ୍ରୀ ଓଡ଼ିଶା ପର୍ୟ୍ୟଟନର ବିକାଶ ପାଇଁ ବିଜେଟରେ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ମନ୍ଦିର, ବନ୍ୟଜନ୍ତୁ ଓ ସାମୁଦ୍ରିକ ସମ୍ପଦ ପାଇଁ ଓଡ଼ିଶା ଜଣାଶୁଣା । ତେଣୁ ପର୍ୟ୍ୟଟନର ବିକାଶ ପାଇଁ ଓଡ଼ିଶାକୁ ସହାୟତା ମିଳିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।
ତେବେ ବଜେଟ ଉପସ୍ଥାପନବେଳେ ଅର୍ଥମନ୍ତ୍ରୀ କ’ଣ ସବୁ କହିଛନ୍ତି ତାହା ସଂକ୍ଷେପରେ ଜାଣନ୍ତୁ
-ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା
- ଗରିବ, ମହିଳା, ଯୁବବର୍ଗ ଓ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା
- ପିଏମ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବୃଦ୍ଧି କରାଯାଇଛି
-୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି
- ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା
-୩୨ ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ
-୧କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ କରିବାକୁ ପ୍ରୋତ୍ସାହନ
-ଚାଷୀଙ୍କ ଉପôାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ
-ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ
-କୃଷିକ୍ଷେତ୍ର ପାଇଁ ୧ ଲକ୍ଷ ୫୨ହଜାର କୋଟିର ପ୍ରବଧାନ
-ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ ‘ପୂର୍ବୋଦୟ’ ସ୍କିମ ।
-ପୂର୍ବାଞ୍ଚଳ ରାଜ୍ୟ ସହ ଆଉ ୫ଟି ରାଜ୍ୟ ସାମିଲ ହେବେ ।
-ଏହି ସ୍କିମରେ ସାମିଲ ହେବେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରେଦଶ ।
-ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ବିଶେଷ ଘୋଷଣା
-ବିହାରରେ ବିମାନବନ୍ଦର ଓ ମେଡିକାଲ କଲେଜର ବିକାଶ ହେବ ।
-ନୂଆ ବିମାନମନ୍ଦର ଓ ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ ।
- ଆନ୍ଧ୍ରପ୍ରଦେଶ ପୋଲାଭରମ ପ୍ରକଳ୍ପର ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ
-ପୋଲାଭରମ ପ୍ରକଳ୍ପ ଆନ୍ଧ୍ରର ଜୀବନ ରେଖା
- ଆଉ ୩ କୋଟି ଆବାସ ଗୃହ ନିର୍ମାଣ ହେବ
-ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ ଗୃହ ନିର୍ମାଣ ହେବ
-ମହିଳା ଓ ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ୩ ଲକ୍ଷ କୋଟିର ବ୍ୟବସ୍ଥା କରାଯାଇଛି
-ମୁଦ୍ରା ଲୋନରେ ଲୋନ ସୀମା ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରାଯାଇଛି ।
-ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ ନେଇପାରିବେ ।
-ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ ହେବ
-ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ବିଶେଷ ବ୍ୟବସ୍ଥା ହେବ
- ପିପିପି ମୋଡରେ ରେଣ୍ଟାଲ ହାଉସିଂ ବ୍ୟବସ୍ଥା ନିର୍ମାଣ ହେବ -ଡର୍ମିଟୋରୀ ବ୍ୟବସ୍ଥା ରହିବ, ଯେଉଁଥିରେ ଶ୍ରମିକମାନେ ସୁବିଧାରେ ରହିପାରିବେ
-ଦେଶର ବିଭିନ୍ନ ସହରରେ ୧୦୦ ଷ୍ଟ୍ରିଟଫୁଡ ହବ ନିର୍ମାଣ କରାଯିବ
-ବଛା ବଛା ସହରରେ ୧୦୦ ଷ୍ଟ୍ରିଟଫୁଡ ହବ ଓ ହାଟ ନିର୍ମାଣ ହେବ
-୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ ।
-ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ
-ସରକାରୀ ସହାୟତାରେ ଲୋକଙ୍କ ଘର ଛାତ ଉପରେ ସୋଲାର ପ୍ୟାନେଲ ଲାଗିବ
-ପ୍ରତି ଘରୁ ମାସିକ ୩୦୦ ୟୁନିଟ ବିଜୁଳି ଉପôାଦନ ଲକ୍ଷ୍ୟ ରଖାଯାଇଛି
-ଆଉ ୨୫ ହଜାର ଗାଁକୁ ପକ୍କା ରାସ୍ତା ନିର୍ମାଣ କରାଯିବ
- ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହା ନିର୍ମାଣ କରାଯିବ
-୫ରାଜ୍ୟକୁ ବନ୍ୟା ନିୟନ୍ତ୍ରଣ ସହାୟତା ପ୍ରଦାନ
-ବନ୍ୟା ମୁକାବିଲା ପାଇଁ ବିହାରକୁ ମିଳିବ ୧୧, ୫୦୦ କୋଟି
- ଆସାମ, ହିମାଚଳପ୍ରଦେଶ, ସିକ୍କିମ ଓ ଉତ୍ତରାଖଣ୍ଡକୁ ମଧ୍ୟ ମିଳିବ ସହାୟତା