ମନ୍ତ୍ରୀଙ୍କ ବଡ଼ଘୋଷଣା : ପଲ୍ଲୀସଭା ଜରିଆରେ ହେବ ପଞ୍ଚାୟତ କାମ

Minister Rabi Narayan Nayak

ମନ୍ତ୍ରୀଙ୍କ ବଡ଼ଘୋଷଣା : ପଲ୍ଲୀସଭା ଜରିଆରେ ହେବ ପଞ୍ଚାୟତ କାମ

ଭୁବନେଶ୍ୱର : ଆଗାମୀ ଦିନରେ ପଞ୍ଚାୟତରେ ଯାହା କାମ ହେବ ଗ୍ରାମ ସଭା ଓ ପଲ୍ଲିସଭା ଜରିଆରେ ହେବ  । ମନ୍ତ୍ରୀ କହିଛନ୍ତିଯେ, ଆମ ଓଡିଶା ନବୀନ ଓଡିଶାରେ ୩୪୫୭ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିଲା  । ଏହି ଯୋଜନାରେ ୩୦ ରୁ ୪୦ପ୍ରତିଶତ କାମ ହୋଇଛି । ଯେଉଁ କାମ ହୋଇନାହିଁ ତାକୁ ବିଭାଗ ବିଚାର କରୁଛି  । ଆମ ଓଡିଶା ନବୀନ ଓଡିଶାରେ ଯେଉଁମାନେ କାମ କରିଛନ୍ତି  ସମସ୍ତଙ୍କୁ ସରକାର ପଇସା ଦେବେ । କାହାରି ବାକି ରହିବ ନାହିଁ । ଆମ ଓଡିଶା ନବୀନ ଓଡିଶା ପଇସା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବ୍ୟବହାର କରାଯାଇଛି  । ପଞ୍ଚାୟତରେ ଯେଉଁ କୀର୍ତନ ଦଳ ବୁଲୁଥିଲେ, ସେମାନଙ୍କ ପାଇଁ ଖର୍ଚ୍ଚ ହୋଇଥିଲା  । ସେମାନେ ଅର୍ଥ ପାଇନାହାନ୍ତି  । ଖୁବଶୀଘ୍ର ଓଡିଶା ଦାଦନ ମୁକ୍ତ କରିବା ପାଇଁ ପଞ୍ଚାୟତିରାଜ ବିଭାଗ ଯୋଜନା କରୁଛି  ।

ସେହିପରି ରାଜ୍ୟରେ ଖୁବ ଶୀଘ୍ର ଲାଗୁ ହେବ ପେସା ଆଇନ   । ବିଜୁ ପଟ୍ଟନାୟକ କହିଥିଲେ ସରପଞ୍ଚ ହେଉଛନ୍ତି ମୁଖ୍ୟମନ୍ତ୍ରୀ  । ଆଦିବାସୀ ଅଞ୍ଚଳର ସରପଞ୍ଚମାନଙ୍କୁ ଯେଉଁ ୨୨ଟି କ୍ଷେତ୍ରରେ କ୍ଷମତା ଦିଆଯାଇଛି, ତାହା ଏବେ ବି ବଳବତ୍ତର ଅଛି  । ପେସା ଆଇନ୍‌ ଆସିବା ପରେ ସରପଞ୍ଚ ୧୦୦ ପ୍ରତିଶତ କ୍ଷମତା ପାଇବେ  । ଗ୍ରାମସଭାକୁ ଲୋକଙ୍କ ଇଚ୍ଛା ଅନୁସାରେ କାମ କରିବାକୁ କ୍ଷମତା ମିଳିବ ବୋଲି ଗୃହରେ ଉତ୍ତର ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ  । ତେବେ ରାଜ୍ୟର ସବୁ ଗାଁକୁ ୨୦୨୫ ସୁଦ୍ଧା ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି  ।