କୁଶଭଦ୍ରା ପୋଲ ଅନୁଧ୍ୟାନ କଲା କେନ୍ଦ୍ରୀୟ ଦଳ
ଗୋପ : ନିମାପଡ଼ା ଓ ଗୋପରେ ପ୍ରବାହିତ କୁଶଭଦ୍ର ନଦୀ ଉପରେ ଥିବା ବ୍ରିଜ୍ର ଅବସ୍ଥା କିପରି ଅଛି ତାର ଅନୁଧ୍ୟାନ ପାଇଁ ଗୋପରେ ପହଞ୍ଚôଛନ୍ତି କେନ୍ଦ୍ରୀୟ ଟିମ । ଏହି ବ୍ରିଜ୍କୁ ୪୦ ବର୍ଷରୁ ଅଧିକ ସମୟ ହୋଇଯାଇଥିବା ବେଳେ ଏବେ ଏହା ଭୁଶୁଡ଼ିବା ସ୍ଥିତିକୁ ଚାଲି ଆସିଛି । ବିଭିନ୍ନ ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ପ୍ରକାଶିତ ହେବା ପରେ ଗୋପର ଟ୍ୱିଟର୍ ବୟ ସନ୍ତୋଷ ନାୟକଙ୍କ ପକ୍ଷରୁ ବିଭାଗୀୟ ମନ୍ତ୍ରୀ ଓ ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ପରେ ଏହାର ସର୍ବେକ୍ଷଣ ଆରମ୍ଭ ହୋଇଥିବା ବେଳେ ରବିବାର ଭାରତୀୟ ସେଣ୍ଟ୍ରାଲ ବୋର୍ଡ ଅଫ୍ ରିସର୍ଚ୍ଚ ଇନଷ୍ଟିଚୁ୍ୟଟ୍ ଓ କ୍ୱାଲିଟି କଣ୍ଟ୍ରୋଲ ପକ୍ଷରୁ ଏକ ୧୨ ଜଣିଆ ବୈଜ୍ଞାନିକ ବିଶେଷଜ୍ଞ ଦଳ ଗୋପରେ ପହଞ୍ଚô କୁଶଭଦ୍ରା ବ୍ରିଜ୍ର ସର୍ଭେ କରିଛନ୍ତି । ବିଭିନ୍ନ ଉନ୍ନତମାନର ଯନ୍ତ୍ରାଂଶ ଦ୍ୱାରା ସେତୁର ବାହାର ଓ ଭିତର ପାର୍ଶ୍ୱର ସ୍ଥାନଗୁଡ଼ିକୁ ସ୍କାନିଂ କରାଯାଇଥିଲା । ସିଏସ୍ ଆଇଆର୍ ଇଞ୍ଜିନିୟରମାନେ ସେତୁର ଭିତର ପାର୍ଶ୍ୱ ଓ ବାହାର ପାର୍ଶ୍ୱର କଂକ୍ରିଟ ଛାଡ଼ିଯିବା ଓ ଅନେକ ସ୍ଥାନରେ କ୍ରାକ ହୋଇଥିବା ଦେଖିବାକୁ ପାଇଥିଲେ । ସର୍ଭେ ରିପୋର୍ଟ ଆସିବା ପରେ ଏହି ବ୍ରିଜ୍କୁ ନେଇ କି ପଦକ୍ଷେପ ଗ୍ରହଣ କରାଯିବ ତାହା ନିଷ୍ପତ୍ତି ନିଆଯିବ ବୋଲି ଯନ୍ତ୍ରୀ ରବୀନ୍ଦ୍ର କୁମର ଦଣ୍ଡପାଣି କହିଛନ୍ତି । ସୂଚନାଯୋଗ୍ୟ ଏହି ସେତୁଟି ୧୯୮୫ରେ ତକôାଳୀନ ମୂଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟ ଓ ବିଭାଗୀୟ ମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ଗୋପ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ସେତୁଟି ବହୁଦିନ ଧରି ମରାମତି ନ ହେବାରୁ ଅସୁରକ୍ଷିତ ହୋଇପଡ଼ିଛି ।