ସ୍ତ୍ରୀକୁ ମାରି ବକ୍ସ ଖଟରେ ୨ ଦିନ ଲୁଚାଇଲେ ସ୍ବାମୀ

ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଂଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀ ହତ୍ୟା କରି ବକ୍ସ ଖଟରେ ୨ ଦିନ ଲୁଚାଇ ରଖିଥିବା ଜଣାପଡିଛି। ସୂଚନା ଅନୁସାରେ ଝରିଗାଁ ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ହଳଦୀ ଗାଁରେ ସ୍ତ୍ରୀକୁ ମାରି ବକ୍ସ ଖଟରେ ଲୁଚାଇଥିଲେ ଅଭିଯୁକ୍ତ ସ୍ବାମୀ। ହତ୍ୟା ପରେ ସ୍ତ୍ରୀକୁ ବକ୍ସ ଖଟରେ ପୁରାଇ ଘରେ ତାଲା ପକାଇଦେଇଥିଲେ। ତେବେ ୨ ଦିନ ପରେ ସନ୍ଦେହ ହେବାରୁ ବାପଘର ଲୋକେ ପହଞ୍ଚିଥିଲେ। ଘର ତାଲା ଭାଙ୍ଗି ଖୋଜାଖୋଜି କରିବା ପରେ ଖଟ ଭିତରୁ ମୃତଦେହ ଉଦ୍ଧାର କରିଥିଲେ। ହତ୍ୟାର କାରଣ ଅସ୍ପଷ୍ଟ ରହିଥିଲା ବେଳେ ଅଭିଯୁକ୍ତ ସ୍ବାମୀ ଫେରାର ଅଛନ୍ତି।