ଅରୁଣାଚଳ ପ୍ରଦେଶରେ ବିଜେପି, ସିକିମରେ ଏସକେଏମ
Arunachal Pradesh, SKM

ଭୁବନେଶ୍ୱର : ଅରୁଣାଚଳ ପ୍ରଦେଶ ଓ ସିକିମରେ ଚାଲିଛି ଭୋଟ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଅରୁଣାଚଳ ପ୍ରଦେଶରେ ବିଜେପି ଓ ସିକିମରେ ଏସକେଏମ ବଡ଼ ବିଜୟ ଆଡ଼କୁ ମୁହାଁଉଛି । ସଦ୍ୟତମ ସୂଚନା ଅନୁଯାୟୀ, ଅରୁଣାଚଳ ପ୍ରଦେଶରେ ବିଜେପି ୧୮ ଆସନରେ ବାଜିମାତ କରିଥିବାବେଳେ ୨୮ ଆସନରେ ଆଗୁଆ ରହିଛି । ଅପରପକ୍ଷରେ କଂଗ୍ରେସ ଖାତା ଖୋଲି ପାରିନଥିବାବେଳେ ଅନ୍ୟ ଦଳଗୁଡ଼ିକ ଗୋଟିଏରେ ବିଜୟୀ ହୋଇଥିବାବେଳେ ୧୧ଟିରେ ଆଗୁଆ ଅଛନ୍ତି । ଏମାନଙ୍କ ମଧ୍ୟରେ ସ୍ୱାଧୀନ ୧, ଏନପିଇପି ୬, ଏନସିପି ୩ ଓ ପିପିଏ ୨ ଆସନରେ ଆଗୁଆ ରହିଛି । ଅରୁଣାଚଳ ପ୍ରଦେଶରେ ମୋଟ ୬୦ଟି ବିଧାନସଭା ଆସନ ଅଛି । ସେହିପରି ସିକିମରେ ଏସକେଏମ ୩୧ ଆସନରେ ଆଗୁଆ ଥିବାବେଳେ ଏସଡ଼ିଏଫ ଗୋଟିଏ ଆସନରେ ଆଗୁଆ ରହିଛି । ସେଠାରେ ମୋଟ ୩୨ ଆସନ ରହିଛି । ଏଯାଏଁ ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା ୭ ଆସନରେ ବିଜୟ ଲାଭ କରିଛି ।