ଘର ଆଗରୁ ବୋଲେର ଚୋରି ; ୨ ଲୁଟେରା ଗିରଫ

ଘର ଆଗରୁ ବୋଲେର ଚୋରି ; ୨ ଲୁଟେରା ଗିରଫ


ଭୁବନେଶ୍ୱର, ୦୧ା୬ : ଏକ ବୋଲେର ଗାଡିକୁ କିଣିବା ପୂର୍ବରୁ ୨ ଦିନ ପାଇଁ ମାଲିକଙ୍କ ଠାରୁ ଗାଡିକୁ ଟ୍ରାଏଲରେ ନେଇ ଘର ଆଗରେ ରଖିଥିବା ବେଳେ ଘର ସାମ୍ନାରୁ ବୋଲେର ଚୋରି । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୁଲିସ ୩୫୮ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୨ ଜଣ ଲୁଟେରାକୁ ଗିରଫ କରିବା ସହ ସେମାନଙ୍କ ଠାରୁ ବୋଲେର ଗାଡିକୁ ଜବତ କରାଯାଇଛି । ଗିରଫ ୨ ଅଭିଯୁକ୍ତ ହେଲେ, ଖୋର୍ଦ୍ଧା ବୋଲଗଡ ହରୀପୁର ସାହାସନର ପ୍ରଦିପ୍ ଜେନା ଓ ପାତ୍ରପଡ଼ା ଗଡ଼ ସାହିର ସୂର୍ଯ୍ୟକାନ୍ତ ନାୟକ ।
ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ବିଜୟ କୁମାର ପଟ୍ଟନାୟକ ଏକ ବୋଲେରୋ ଥିଲା । ସେ ତାହାକୁ ବିକୟ୍ରି କରିବା ଲାଗି ଭାଗିରଥି ରାଉତରାୟ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିଥିଲେ । ପରେ ଭାଗିରଥି ଉକ୍ତ ଗାଡିକୁ ଟ୍ରାଏଲ କରିବା ଉଦେ୍ଦଶ୍ୟରେ ଗତ ମଇ ୨୬ ତାରିଖରେ ଦୁଇଦିନ ପାଇଁ ନେଇଥିଲେ । ପରେ ସେ ପାତ୍ରପଡ଼ା ଠାରେ ଥିବା ନିଜ ଘର ସମ୍ମୁଖରେ ପାର୍କିଂ କରିଥିଲେ । ସେହି ଦିନ ବିଳମ୍ବିତ ରାତିରେ ନିମ୍ମୋକ୍ତ ଦୁଇ ଅଭିଯୁକ୍ତ ଭାଗିରଥିଙ୍କ ଘର ସମ୍ମୁଖରୁ ଉକ୍ତ ବୋଲେରୋ କୌଶଳ କ୍ରମେ ଚୋରି କରି ନେଇଯାଇଥିଲେ । ଏନେଇ ଅଭିଯୋଗକାରୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଥାନା ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଥାନାର ସ୍ପେଶାଲ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଭୋର ସମୟରେ ୨ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରି ହୋଇଥିବା ବୋଲେରୋକୁ ଜବତ କରିବାରେ ସଫଳ ହୋଇଛନ୍ତି ।