ବଦଳିଲେ ୪୪ ବିଡ଼ିଓ
BDO transfer govt of odisha

ଭୁବନେଶ୍ୱର : ରାଜ୍ୟ ସରକାର ବିଡ଼ିଓସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ୪୪ ବିଡ଼ିଓଙ୍କୁ ବଦଳି କରାଯାଇଥିବା ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୪୩ ଜଣଙ୍କୁ ଅନ୍ୟତ୍ର ପଠାଯାଇଥିବାବେଳେ କେବଳ କବିସୂର୍ଯ୍ୟନଗର ବିଡ଼ିଓ ପୂର୍ବଭଳି ସେଠାରେ ହିଁ କାର୍ଯ୍ୟ କରିବେ ।
ରଣଜିତ କୁମାର ମହାନ୍ତଙ୍କୁ ସାହାରପଡ଼ା ବିଡ଼ିଓ ଭାବେ ବଦଳି କରାଯାଇଥିବାବେଳେ ମାନସ କୁମାର ଦଣ୍ଡପାଟଙ୍କୁ ପାଟଣା ବିଡ଼ିଓ, ବିନୋଦ ଚନ୍ଦ୍ର ପଣ୍ଡାଙ୍କୁ କେନ୍ଦୁଝର ସଦର ବିଡ଼ିଓ, ବିନୀତ ବିଜୟନୀଙ୍କୁ ଘସିପୁରା ବିଡ଼ିଓ ଭାବେ ବଦଳି କରାଯାଇଛି । ସେହିପରି ସାଗର କୁମାର ନନ୍ଦଙ୍କୁ ପୁରୀ ସଦର ବିଡ଼ିଓ ଭାବେ, ଅଭିମନ୍ୟୁ କବିଶତପଥିଙ୍କୁ ବୈପାରୀଗୁଡ଼ା ବିଡ଼ିଓ ଭାବେ, ଅଚ୍ୟୁତାନନ୍ଦ ଜାନିଙ୍କୁ ଗଞ୍ଜାମ ବିଡ଼ିଓ ଭାବେ ନିଯୁକ୍ତି ଦିଆଯାଇଛି ।
ଅପରପକ୍ଷରେ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ କରଞ୍ଜିଆ ବିଡ଼ିଓ ଭାବେ, ପ୍ରତୀକ କୁମାର ସାହୁଙ୍କୁ କଟକ ସଦର ବିଡ଼ିଓ ଭାବେ, ଜଗଦୀଶ ଚନ୍ଦ୍ର ମହାନନ୍ଦଙ୍କୁ କୁଅାଁରମୁଣ୍ଡା ବିଡ଼ିଓ ଭାବେ, ଅବିନାଶ ଲାକ୍ରାଙ୍କୁ କିରିମିରା ବିଡ଼ିଓ ଭାବେ, କର୍ମୀ ଓରାମଙ୍କୁ ସିନାପାଲ୍ଲି ବିଡ଼ିଓ ଭାବେ, ବିପିନ ବିହାରୀ ଦୀପଙ୍କୁ ନର୍ଲା ବିଡ଼ିଓ ଭାବେ ନିଯୁକ୍ତି ମିଳିଛି । ସୌମ୍ୟକାନ୍ତ ବାଙ୍ଗୋଲାଙ୍କୁ ଚନ୍ଦ୍ରପୁର ବିଡ଼ିଓ ଭାବେ, ଗଙ୍ଗାରାମ ବୁଡେ଼କଙ୍କୁ ତରଭା ବିଡ଼ିଓ ଭାବେ, ସତ୍ୟଜିତ ରାଉତଙ୍କୁ ପାତ୍ରପୁର ବିଡ଼ିଓ ଭାବେ, ସୁଶାନ୍ତ କୁମାର ସୂତାରଙ୍କୁ ଗୋଳାମୁଣ୍ଡା ବିଡ଼ିଓ ଭାବେ, ଶିବ ଶଙ୍କର ମୁର୍ମୁଙ୍କୁ ବାଙ୍ଗିରିପୋଷୀ ବିଡ଼ିଓ ଭାବେ, ଅଶ୍ୱିନୀ କୁମାର ମହାପାତ୍ରଙ୍କୁ ପଡ଼ିଆ ବିଡ଼ିଓ ଭାବେ ଓ ପ୍ରୀତ କୁମାରଙ୍କୁ ଚିତ୍ରକୋଣ୍ଡା ବିଡ଼ିଓ ଭାବେ ବଦଳି କରାଯାଇଛି ।
ଏହାଛଡ଼ା ତନ୍ମୟ ପାତ୍ରଙ୍କୁ କାଶୀପୁର ବିଡ଼ିଓ, ସୁଜିତ କୁମାର ମହାପାତ୍ରଙ୍କୁ ରାୟଗଡ଼ା ବିଡ଼ିଓ, ଅମୂଲ୍ୟ କୁମାର ସାହୁଙ୍କୁ କୋରକୁଣ୍ଡା ବିଡ଼ିଓ, ଅଭିଷେକ ସ୍ୱାଇଁଙ୍କୁ କେନ୍ଦ୍ରାପଡ଼ା ବିଡ଼ିଓ, ହିତାଂଶୁ ଶେଖର ସାମଲଙ୍କୁ ବିଞ୍ଝାରପୁର ବିଡ଼ିଓ, ଦିବ୍ୟେନ୍ଦୁ କୁମାର ଦାସଙ୍କୁ ନିଶ୍ଚିତକୋଇଲି ବିଡ଼ିଓ, ଗୌରାଙ୍ଗ ଚରଣ ଘୋଷଙ୍କୁ ଜଳେଶ୍ୱର ବିଡ଼ିଓ, ଦୀଲିପ କୁମାର ବାରାଙ୍କୁ ଡୁଙ୍ଗିରିପାଲି ବିଡ଼ିଓ ଭାବେ ନିଯୁକ୍ତି ଦିଆଯାଇଛି । ସ୍ନେହପ୍ରଭା ମାଝୀଙ୍କୁ ମାଥିଲି ବିଡ଼ିଓ, ପଞ୍ଚାନନ ମଲ୍ଲିକଙ୍କୁ ମାର୍ଶାଘାଇ ବିଡ଼ିଓ, ରବୀନ୍ଦ୍ର କୁମାର ସେଠୀଙ୍କୁ ଜମନକିରା ବିଡ଼ିଓ, ନୀଳମାଧବ ସୁନାଙ୍କୁ ବାହାନଗା ବିଡ଼ିଓ, ଶାରଦା ପ୍ରସନ୍ନ ପଣ୍ଡାଙ୍କୁ ଭାପୁର ବିଡ଼ିଓ ଭାବେ ବଦଳି କରାଯାଇଛି । ତେବେ କବିସୂର୍ଯ୍ୟନଗର ବିଡ଼ିଓ ସୁଶ୍ରୀ ସାଗରିକା ଷଡ଼ଙ୍ଗୀଙ୍କୁ ସେହିସ୍ଥାନରେ ବିଡ଼ିଓ ଭାବେ କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରାଯାଇଛି ।
ସେହିପରି ସ୍ୱାଗତ ଦାସଙ୍କୁ ବାରଙ୍ଗ ବିଡ଼ିଓ, ଧର୍ମ ରଞ୍ଜନ ପଣ୍ଡାଙ୍କୁ ଯାଜପୁର ବିଡ଼ିଓ, ସୁମନ ସୁଧା କୁଣ୍ଡୁଙ୍କୁ ଭଞ୍ଜନଗର ବିଡ଼ିଓ, ରୁମାନା ଜାଫ୍ରିଙ୍କୁ ଟାଙ୍ଗୀ ବିଡ଼ିଓ, ମଣ୍ଟୁ ଖମାରୀଙ୍କୁ ବିନିକା ବିଡ଼ିଓ, ଶଙ୍କର୍ଷଣ ବେହେରାଙ୍କୁ ବଙ୍ଗମୁଣ୍ଡା ବିଡ଼ିଓ, ବାସନ୍ତୀ ସେଠୀଙ୍କୁ ମୁରିବାହାଲ ବିଡ଼ିଓ, ପୂର୍ଣ୍ଣାନନ୍ଦ ପଟେଲଙ୍କୁ ତୁରେକେଲା ବିଡ଼ିଓ, ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କୁ ନିଆଳୀ ବିଡ଼ିଓ ଓ ନମିତା ବାରିକଙ୍କୁ ଡେରାବିଶ ବିଡ଼ିଓ ଭାବେ ନିଯୁକ୍ତି ଦିଆଯାଇଛି ।