ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳିତ

ନୂଆପଡା  : ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଉଚ୍ଚ ରକ୍ତଚାପ ଉପରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଏଥିରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ଡାକ୍ତର ଉମାକାନ୍ତ ମେହେର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବରେ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ରମେଶ ଚନ୍ଦ୍ର ପାଠକ ଉଚ୍ଚÿ ରକ୍ତଚାପର କାରଣ ଓ ନିରାକରଣ ଉପରେ ବିଶେଷ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ତଥା ଜିଲ୍ଲା ମୁଖ୍ୟ ଚିକିସôାଳୟର ଅଧୀକ୍ଷକ ଡାକ୍ତର ଲଳିତ ମୋହନ ବିଶି ଉଚ୍ଚÿ ରକ୍ତଚାପ ସମ୍ବନ୍ଧରେ ସ୍ୱାସ୍ଥ୍ୟଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଳା ମହାମାରୀ ବିଶେଷଜ୍ଞ ଡାକ୍ତର ଜଗତବଂଧୁ ମହାପାତ୍ର ବିଶ୍ୱସ୍ତରରେ, ଭାରତବର୍ଷରେ ଓ ଓଡ଼ିଶାରେ ଉଚ୍ଚÿ ରକ୍ତଚାପ ରୋଗର ପ୍ରାଦୁର୍ଭାବ, ଜୀବନଶୈଳୀ, ଶାରୀରିକ ପରିଶ୍ରମ, ଖାଦ୍ୟପେୟ ଓ ବିଭିନ୍ନ ପ୍ରକାରର ମାନସିକ ଚାପର ସୁପରିଚାଳନା ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ । ପରିବାର କଲ୍ୟାଣ ପରିସଂଖ୍ୟନ ନିରୀକ୍ଷକ ମୀନ କେତନ ମାଝୀ ଉଚ୍ଚ ରକ୍ତଚାପ ସମ୍ବନ୍ଧୀୟ ବିଭିନ୍ନ ପ୍ରକାରର ପରିସଂଖ୍ୟନ ତଥ୍ୟ ସମସ୍ତଙ୍କୁ ପ୍ରଦାନ କରିଥିଲେ ।  ପରିଶେଷରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ଡାକ୍ତର ଉମାକାନ୍ତ ମେହେର ମାନସିକ ସ୍ୱାସ୍ଥ୍ୟ ଓ ଉଚ୍ଚ ରକ୍ତଚାପ ଉପରେ ବିଶେଷ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଣ ସଂକ୍ରଓମକ ରୋଗ ପରିଚାଳକ ଶରତ ଚନ୍ଦ୍ର ନାୟକ, ଅଣ ସଂକ୍ରକ୍ଷମକ ରୋଗ ସହାୟକ ଶରତ କୁମାର ବେଜ, ନର୍ସିଂ ମହାବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀବୃନ୍ଦ, ଛାତ୍ରଛାତ୍ରୀ, ନୂଆପଡା ଜିଲ୍ଲା ମୁଖ୍ୟ ଚିକିସôାଳୟର ବିଭିନ୍ନ ବିଭାଗର ନର୍ସିଂ ଅଫିସର ଏବଂ ଅନ୍ୟାନ୍ୟ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ କିଶୋର ଚନ୍ଦ୍ର ପଟେଲ ପରିଚାଳନା କରିଥିଲେ ।