ଉଦଳାରେ ୩୭୫ କୋଟିର ପ୍ରକଳ୍ପ 

 ପ୍ରଭାନୁ୍ୟଜ  :  ଭୁବନେଶ୍ୱର/କପ୍ତିପଦା :  କପ୍ତିପଦା ଉପଖଣ୍ଡରେ ବିଭିନ୍ନ ଯୋଜନାରେ ୩୭୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରାଯାଇଛି  । ଜିଲ୍ଳା ପାଇଁ ଏହା ଗର୍ବର ବିଷୟ ହୋଇଥିବାବେଳେ ରାଜ୍ୟ ବିକାଶରେ ଏହା ନୂଆଫର୍ଦ୍ଦ ଯୋଡ଼ିବ  । ଉଦଳାର ପାଟପୁରରେ ଆୟୋଜିତ ‘ବିକାଶ ପଥେ ମୟୂରଭଞ୍ଜ' କାର୍ଯ୍ୟକ୍ରମରେ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି  ।
ମୟୂରଭଞ୍ଜର କପ୍ତିପଦା ଉପଖଣ୍ଡ ପାଇଁ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗ ପକ୍ଷରୁ ପ୍ରାୟ ଶହେ କୋଟି ଟଙ୍କା  ବିନିଯୋଗରେ ୫୨ ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ପ୍ରାୟ ୨୭୫ କୋଟି ଟଙ୍କା ବିନିଯୋଗରେ ୧୦୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଛି  । 
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଉଦଳା ସହିତ ମୋର ସମ୍ପର୍କ ଅତି ନିବିଡ଼ ଓ ନିଆରା  । ମୟୂରଭଞ୍ଜକୁ ମୋର ଦ୍ୱିତୀୟ ଘର କହିଲେ ଅତୁ୍ୟକ୍ତି ହେବ ନାହିଁ  । ଓଡିଶାର କଳା ଜଗତକୁ ମୟୂରଭଞ୍ଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି  । ମୟୂରଭଞ୍ଜର ଛଉ ନୃତ୍ୟ ବିଶ୍ୱ ପ୍ରସିଦ୍ଧ  । ଅନେକ ଆଦିବାସୀ ନୃତ୍ୟ କଳା ଓ ସଂଗୀତ ମଧ୍ୟ ଓଡିଶା ମାଟିକୁ ସମୃଦ୍ଧ କରିଛି । ଗତ ପ୍ରାୟ ଅଢେଇ ଦଶନ୍ଧି ଧରି ବିକାଶ ନାଁରେ ଏକ ପ୍ରକାର ଭାଣ୍ଡାମି ଚାଲିଥିଲା  । କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ କରି ବିକାଶର ଡିଣ୍ଡିମ ପିଟୁଥିଲେ  । କିନ୍ତୁ, ଆଜି ଆପଣଙ୍କ ସରକାର ଆପଣଙ୍କ ଉନ୍ନତି ପାଇଁ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି  । ସରକାର କ୍ଷମତାକୁ ଆସିବାର ପ୍ରାୟ ୯ ମାସ ହୋଇ ସାରିଛି  । ଏହି ସ୍ୱଳ୍ପ ଦିନରେ ଆମ ସରକାର ପ୍ରକୃତରେ ଲୋକଙ୍କ ସରକାରର ମାନ୍ୟତା ଲାଭ କରିଛି  । ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଓ ପ୍ରତିବିଧାନର ପ୍ରୟାସ କରୁଛନ୍ତି  । ଆମେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଜନଶୁଣାଣି କରୁଛୁ  । ଭବିଷ୍ୟତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଶୁଣାଣି କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ  । ସେ ପୁଣି କହିଥିଲେଯେ ୨୦୩୬ ସୁଦ୍ଧା ଏକ ସମୃଦ୍ଧଉଦଳାରେ... ଓଡିଶା ଗଠନ ପାଇଁ ଆମର ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି  । ସମସ୍ତଙ୍କ ପ୍ରୟାସରେ ସମୃଦ୍ଧ ଓଡିଶା ଗଠନ ହେବ । ବିକଶିତ ଭାରତ ଗଠନ ହେବ  । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କୃଷି, ଶିଳ୍ପ, ପୁଞ୍ଜିନିବେଶ ଓ ରୋଜଗାର ଉପରେ ଗୁରୁତ୍ୱ ଦେଲେ ହିଁ ବିକଶିତ ଓଡ଼ିଶାର ସ୍ୱପ୍ନ ସମ୍ଭବ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  । ଏହି କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ରବି ନାରାୟଣ ନାଏକ ଓ ଉପସ୍ଥିତ ସମସ୍ତ ସାଂସଦ, ବିଧାୟକ, ଅଧିକାରୀ ଏବଂ ଜନସାଧାରଣ ମୟୂରଭଞ୍ଜ ମାଟିର ସନ୍ତାନ ତଥା କିମ୍ବଦନ୍ତୀ ଓଡ଼ିଆ ସିନେ ଅଭିନେତା ସ୍ୱର୍ଗତଃ ଉତ୍ତମ ମହାନ୍ତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୧ ମିନିଟ ନିରବ ପ୍ରାର୍ଥନା କରିଥିଲେ  । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦଳା ଅଞ୍ଚଳର ହୀରା ସିଂ ଓ ଗଣେଶ୍ୱର ସିଂଙ୍କୁ ସରକାରଙ୍କର ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପକ୍ଷରୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ  । ମନ୍ତ୍ରୀ ଶ୍ରୀ ନାଏକ କହିଥିଲେଯେ, ଆମ ସରକାରଙ୍କ ଉଦେ୍ଦଶ୍ୟ, ବିକାଶ ପ୍ରତ୍ୟେକ ଗାଁକୁ ଯିବ ଏବଂ ପ୍ରତ୍ୟେକ ଗାଁର ପ୍ରତ୍ୟେକ ଗରିବ ଘରେ ବିକାଶର ଜ୍ୟୋତି ଜଳିବ  । ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ମାଧ୍ୟମରେ ପ୍ରତିଟି ଘରକୁ ପକ୍କା ଘର ଓ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ  । ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଧାୟକ ସର୍ବଶ୍ରୀ ପ୍ରକାଶ ସୋରେନ, ସନାତନ ବିଜୁଳି, ଭାଦବ ହାଁସଦା, ସଞ୍ଜଳୀ ମୁର୍ମୁ, ଅଖିଳ ଚନ୍ଦ୍ର ନାୟକ ଓ ଡଃ ଫକୀର ମୋହନ ନାଏକ ଉଦବୋଧନ ଦେଇ ମୟୂରଭଞ୍ଜର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନକୁ ଅଶେଷ ପ୍ରଶଂସା କରିଛନ୍ତି  । ବିଧାୟକ ଭାସ୍କର ମଢେଇ ସ୍ୱାଗତ ଭାଷଣ ଦେଇଥିବା ବେଳେ