ବିଏସଇ କମ୍ପାନୀ ପୁଞ୍ଜି ଛୁଇଁଲା ୪ ଶହ ଲକ୍ଷ କୋଟି
ମୁମ୍ବାଇ :ବମ୍ବେ ଷ୍ଟକ ଏକ୍ସଚେଞ୍ଜ ପାଇଁ ଆଜି ଥିଲା ଐତିହାସିକ ମୁହୂର୍ତ୍ତ । ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନୀ ଗୁଡ଼ିକର ମୂଲ୍ୟ ୪୦୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚି ଯାଇଛି । ଇତିହାସରେ ପ୍ରଥମଥର ପାଇଁ ଏପରି ଘଟଣା ଘଟିଛି । ବ୍ଲୁ ଚିପ, ମିଡ କ୍ୟାପ ଓ ଛୋଟ କ୍ୟାପର ମୂଲ୍ୟ ବୃଦ୍ଧି ପାଇବାରୁ ଏତେ ପରିମାଣର ପୁଞ୍ଜି ବଜାରକୁ ଆସିଛି । ଯାହା ଷ୍ଟକ ମାର୍କେଟରେ ସର୍ବକାଳୀନ ରେକର୍ଡ କରିଛି । ୨୦୧୫ ମାର୍ଚ୍ଚ ମାସରେ ପ୍ରଥମଥର ପାଇଁ ବିଏସ୍ଇର ପୁଞ୍ଜି ୧୦୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚôଥିଲା । ୨୦୨୧ ଫେବୃଆରିରେ ଏହା ୨୦୦ ଲକ୍ଷ କୋଟି ଓ ୨୦୨୩ ଜୁଲାଇରେ ଷ୍ଟକ ଏକ୍ସଚେଞ୍ଜ ପୁଞ୍ଜିର ପରିମାଣ ୩୦୦ ଲକ୍ଷ କୋଟି ଟଙ୍କା ଛୁଇଁଥିଲା । ତେବେ ଏହାର ୯ ମାସ ମଧ୍ୟରେ ବିଏସ୍ଇ ତାଲିକାଭୁକ୍ତ କମ୍ପାନୀ ଗୁଡ଼ିକର ସେୟାର ମୂଲ୍ୟ ୪୦୦ ଲକ୍ଷ କୋଟି ଟଙ୍କା ହୋଇ ଯାଇଛି ।
୨୦୨୩ ଏପ୍ରିଲ ମାସରୁ ବିଏସ୍ଇ ତାଲିକା ଭୁକ୍ତ କମ୍ପାନୀଗୁଡ଼ିକ ବଜାର ପୁଞ୍ଜିରୁ ୧୪୫ ଲକ୍ଷ କୋଟି ଟଙ୍କା ପାଇଥିଲେ । ଏଥିରେ ୫୭% ଅଭିବୃଦ୍ଧି ହୋଇଛି । ହାଇ ଫ୍ରିକୁ୍ୟଏନ୍ସୀ ଇଣ୍ଡିକେଟର୍ସ, କର୍ପୋରେଟ ଆୟ, ସ୍ଥିର ନୀତି ଯୋଗୁ ନିବେଶକାରୀଙ୍କ ସକାରାତ୍ମକ ଭାବ ଓ ଭାରତୀୟ ମାର୍କେଟକୁ ଘରୋଇ ଓ ଅନ୍ତର୍ଜାତୀୟ ପ୍ରବାହ ବୃଦ୍ଧି ଯୋଗୁ ଏପରି ଫାଇଦା ମିଳିଛି ।
ମଧ୍ୟମ ଓ ଛୋଟ କ୍ୟାପ୍ ଇଣ୍ଡିସେସରେ ଯଥାକ୍ରମେ ୬୦% ଓ ୬୩% ବୃଦ୍ଧି ହୋଇଛି । ଏହା ବଡ଼ କ୍ୟାପ ସେନସେନ୍ସ ପରିସଂଖ୍ୟାନକୁ ୨୮.୬% ବୃଦ୍ଧି କରିଛି । ରିୟଲିଟର, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଶକ୍ତି, ଭିତ୍ତିଭୂମି ଓ ଫାର୍ମା ସେକ୍ଟର ଅଧିକ ଲାଭ ପାଇଛନ୍ତି । ମୋତିଲାଲ ୱସୱାଲ ସିକୁ୍ୟରିଟିଜ୍ ପକ୍ଷରୁ କୁହାଯାଇଛି ଯେ ଭାରତର ଜିଡିପି ୨୦୨୫/୨୬ ଆର୍ଥିକ ବର୍ଷ ସୁଦ୍ଧା ୪ ଲକ୍ଷ କୋଟି ଡଲାର ଅତିକ୍ରମ କରିବ ।