ଶସ୍ତାରେ ଭଲ ମଦ ଦେବେ ଚନ୍ଦ୍ରବାବୁ

ଶସ୍ତାରେ ଭଲ ମଦ ଦେବେ ଚନ୍ଦ୍ରବାବୁ

ଅମରାବତୀ : ଦେଶରେ ସାଧାରଣ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ପ୍ର·ର ମୈଦାନ ସେତିକି ଉଠୁଛୁ ପଡୁଛି । ନେତା ମନ୍ତ୍ରୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦେଉଛନ୍ତି ପୁଳା ପୁଳା ପ୍ରତିଶ୍ରୁତି । ଏହି କ୍ରମରେ ଏବେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଭୋଟରଙ୍କୁ ଦେଖାଇଛନ୍ତି ଲୋଭ । ଆନ୍ଧ୍ରପ୍ରଦେଶର ନିଜ ନିର୍ବାଚନୀ ମଣ୍ଡଳି କୁପ୍ପମ୍ରେ ଏକ ରାଲିକୁ ସମ୍ବୋଧିତ କରି ଚନ୍ଦ୍ରବାବୁ ନାଇଡୁ ଭୋଟରଙ୍କୁ ଶସ୍ତାରେ ଭଲ ମଦ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।  ସେ କହିଛନ୍ତି, ନିର୍ବାଚନ ଜିତିଲେ ତଥା ୪୦ ଦିନ ପରେ କମ୍ ଦାମରେ କ୍ୱାଲିଟି ତଥା ଭଲ ମଦ ଦିଆଯିବ । ମୋର ଛୋଟ ଭାଇମାନେ ମଦର ଦାମ୍ କମ୍ କରିବାକୁ ଦାବି କରୁଛନ୍ତି ।
କେବଳ ସେତିକି ନୁହେଁ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେ‡ୀ ଓ ତାଙ୍କ ଦଳ ୱାଆର୍ଏସ୍ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି । ୨୦୧୯ରେ ଦକ୍ଷିଣ ରାଜ୍ୟଗୁଡିକରେ ମଦ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦେଇଥିବା ପ୍ରତିଶ୍ରୁତିରୁ ପଛକୁ ହଟିଥିବା ନେଇ ସେ ଜଗନ୍ନ ମୋହନ୍ନ ରେ‡ୀଙ୍କୁ ଟାର୍ଗେଟ୍ କରିଛନ୍ତି । ମଦ ସମେତ ପ୍ରତ୍ୟେକ ଜିନିଷର ଦାମ୍ ଦିନକୁ ଦିନ ବଢିବାରେ ଲାଗିଛି । ରାଜ୍ୟରେ ଗୋଟିଏ ନିବ୍ (୧୮୦ ଏମ୍ଏଲ୍)ର ଦାମ୍ ୬୦ ଟଙ୍କା ଥିବା ବେଳେ ଏହାକୁ ଜଗନ୍ନ ସରକାର ୨୦୦ ଟଙ୍କା ବଢାଇ ଦେଇଛନ୍ତି । ଏଥିରୁ ୧୦୦ ଟଙ୍କା ସିଧାସଳଖ ସରକାରଙ୍କ ପକେଟକୁ ଯାଉଥିବା ଚନ୍ଦ୍ରବାବୁ ନାଇଡୁ କହିଛନ୍ତି । ଏଥର ଆନ୍ଧ୍ରପ୍ରଦେଶରେ ଲୋକସଭା ସହ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।