ମା’ଗଜଲକ୍ଷ୍ମୀ ପୂଜା ଏବଂ କଂସ ଦରବାର ମହୋତ୍ସବର ଷଷ୍ଠ ସନ୍ଧ୍ୟାରେ ମେଲୋଡି କାର୍ଯ୍ୟକ୍ରମ
Kandhamal News
କନ୍ଧମାଳ : କନ୍ଧମାଳ ଜିଲ୍ଲା ସଦର ମହକୁମା ର ଏଲବିଏସ କ୍ଲବ କୁମ୍ଭାରପଡା ଫୁଲବାଣୀ ପକ୍ଷରୁ ଆୟୋଜିତ ମା ଗଜଲକ୍ଷ୍ମୀ ପୂଜା ଏବଂ କଂସ ଦରବାର ମହୋତ୍ସବର ଷଷ୍ଠ ସନ୍ଧ୍ୟାରେ ଡ୍ୟାନ୍ସ ଧମାକା ଏବଂ ସଙ୍ଗୀତ ସାଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା କ୍ଷ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ରକ୍ତ ଦାତା ତଥା ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ଯୋଗଦେଇ କୁମ୍ଭାରପଡା ଲାଲ୍ୱା ବାହାଦୁର ଶାସ୍ତ୍ରୀ ଯୁବକ ସଂଘ ଦ୍ୱାରା ଗତ ୨୦୧୩ ମସିହା ଠାରୁ ଗଜଲକ୍ଷ୍ମୀ ପୂଜା ଆରମ୍ଭ କରି ଆଜି ସାତ ଆଠଦିନ ଧରି ରାବଣ ଦରବାର ଓ କଂସ ଦରବାର ଭଳି ବଡ ବଡ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବା ସହିତ ସ୍ଥାନୀୟ ନୃତ୍ୟ ଓ କଣ୍ଠଶିଳ୍ପୀ ମାନଙ୍କୁ ମଧ୍ୟ ସେମାନଙ୍କ କଳା ପରିବେଷଣ ପାଇଁ ସୁଯୋଗ ଦେଉଛନ୍ତି । ଯାହା ଫୁଲବାଣୀ ପାଇଁ ଏକ ଗର୍ବ ଓ ଗୌରବ ର ବିଷୟ ବୋଲି କହିବା ସହିତ ଏହାକୁ ଆହୁରି ଅଧିକ ବଡ ଧରଣର ହେଉ ବୋଲି କହିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ଏବଂ ସୁନୀଲ ବିଷୋୟୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ କ୍ଷ କ୍ଲବ ସଭାପତି, ସଦସ୍ୟ ଓ ସଦସ୍ୟାଙ୍କ ମିଳିତ ସହଯୋଗରେ ପ୍ରତ୍ୟକ ଦିନ କଂସ ଦରବାର ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସପ୍ତାହ ବ୍ୟାପୀ ପରିଚାଳିତ କରାଯାଇ ପାରୁଛି କ୍ଷ ଏହି କାର୍ଯ୍ୟକ୍ରମକୁ କୁମ୍ଭାର ପଡା ସମେତ ଆଖ ପାଖ ଅଂଚଳର ହଜାର ହଜାର ଶ୍ରଦ୍ଧାଳୁ ମାଁଙ୍କ ଆଶିର୍ବାଦ ପାଇବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶ୍ରଦ୍ଧା ଏବଂ ଶାନ୍ତି ଶୃଙ୍ଖଳାର ସହ ଉପଭୋଗ କରିଥିଲେ । ଏହି ଅବସରରେ ୧୭୦ ଥର ରକ୍ତଦାନ ପାଇଁ ବିଶିଷ୍ଟ ରକ୍ତଦାତା ପ୍ରଶାନ୍ତ କୁମାର ବେହେରାଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ଭର୍ଦ୍ଧିତ କରାଯାଇଥିଲା । ଶେଷରେ ଯୁବକ ସଂଘ ର ସଭାପତି ଧନ୍ୟବାଦ୍ ଅର୍ପଣ କରିଥିଲେ । ପରେ ପରେ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍ଥାନୀୟ କୁନି କୁନି କଳାକାର ମାନେ ସେମାନଙ୍କ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ ।