୧୯୭୯ ମାଟ୍ରିକ୍ ବ୍ୟାଚର ଗୁରୁପୂଜନ ଉତ୍ସବ
ବଲାଙ୍ଗିର: ନେତ୍ରଭାନୁ ହାଇସ୍କୁଲ ଜରାସିଂହାର ୧୯୭୯ ମାଟ୍ରିକ୍ ବ୍ୟାଚର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଜରାସିଂହା ଲକ୍ଷ୍ମଣଝୁଲା ଠାରେ ଗୁରୁପୂଜନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସେ ସମୟରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଜଗଦାନନ୍ଦ ଛୁରିଆ, ନରସିଂହ ଦଣ୍ଡସନାଙ୍କୁ ଗୁରୁ ବନ୍ଦନା କରାଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ତେବେ ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ଗୁରୁ ସତ୍ୟନାରାୟଣ ମିଶ୍ର ଯାଇପାରିନଥିଲେ । ଯାହାଫଳରେ ସନ୍ଧ୍ୟା ସମୟରେ ଛାତ୍ରଛାତ୍ରୀମାନେ ତାଙ୍କ ଘରକୁ ଯାଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଡ. ଶଶୀଭୂଷଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପୁରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ପୁରଣା ସ୍ମୃତି ମନେ ପକାଇ ଭାବବିହ୍ୱଳ ହୋଇ ଯାଇଥିଲେ । ଗୁରୁ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଭାବ ବିହ୍ୱଳ ହୋଇ କହିଥିଲେ ଯେ ‘ମୋର ଛାତ୍ରଛାତ୍ରୀମାନଙ୍କ ଏହି ଆୟୋଜନ, ଆମ ମାନଙ୍କ ପ୍ରତି ଭକ୍ତି ଓ ସମ୍ମାନ ପ୍ରଦର୍ଶନ ମତେ ଅତ୍ୟନ୍ତ ପ୍ରିତ କରିଛି । ମତେ ଆଗକୁ ଆହୁରି ବଂଚିବାର ଉସôାହ ଯୋଗୋଇ ଦେଇଛି । ସେହିପରି ଗୁରୁ ନରସିଂହ ଦଣ୍ଡସନା ଭାବବିହ୍ୱଳ ହୋଇ କହିଥିଲେ ‘ମୁଁ ବିଇଡି କରି ନ ଥିବାରୁ ଅନ୍ୟ ଶିକ୍ଷକମାନଙ୍କ ତୁଳନାରେ କମ୍ ଦରମା ପାଉଥିଲି ଏବଂ ସେଥିପାଇଁ ମୋର ଗୋଟିଏ କ୍ଷୋଭ ରହିଥିଲା । ଆଜି ମୋର ସେହି କ୍ଷୋଭ ଦୂର ହୋଇଗଲା । ମୋର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପ୍ରଦତ୍ତ ଏହି ଭକ୍ତି ଓ ସମ୍ମାନ ମୋତେ ବିଇଡି ଦରମା ଦେଇଦେଲା ବୋଲି ମତବ୍ୟକ୍ତ କରିଥିଲେ ।