ସାବଧାନ, ବାଂଲାଦେଶୀ ଅନୁପ୍ରବେଶକାରୀ

Bangaladeshi

ସାବଧାନ, ବାଂଲାଦେଶୀ ଅନୁପ୍ରବେଶକାରୀ

ଭୁବନେଶ୍ୱର : ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି  । ଏନେଇ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି  । ବିଧାୟକ ଭାସ୍କର ମଢେ଼ଇଙ୍କ ପ୍ରଶ୍ନର ଉତରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ।

ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ତହସିଲ, ବ୍ଳକ ଏବଂ ଥାନାସ୍ତରର ଅଧିକାରୀମାନଙ୍କୁ ନେଇ ଏକ ଟିମ୍‌ ଗଠନ କରି ରାଜ୍ୟର ଅନ୍ୟାନ୍ୟ ଅଂଚଳ ସମେତ କେନ୍ଦ୍ରାପଡ଼ା ଜିଲ୍ଲା, ଭୁବନେଶ୍ୱର ଓ ପୁରୀରେ ରହୁଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି  । 

ସୂଚନାଯୋଗ୍ୟଯେ, ୨୦୨୧ ସୁଦ୍ଧା ରାଜ୍ୟରେ ସମୁଦାୟ ୩୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ରହୁଛନ୍ତି  । ବରଗଡରେ ୨, ଭଦ୍ରକରେ ୧୯୯, କେନ୍ଦ୍ରାପଡ଼ାରେ ୧୬୪୯, ଭୁବନେଶ୍ୱରରେ ୧୭, ଜଗତସିଂପୁରରେ ୧୧୧୨, ମାଲକାନଗିରିରେ ୬୫୫ ଓ ନବରଙ୍ଗପୁର ଜିଲ୍ଲାରେ ୧୦୬ ଜଣ ବସବାସ କରୁଛନ୍ତି  ।