ମୋହନ ଧରିଛନ୍ତି ବାଳିହା
Corrupted officer odisha
ସରକାରୀ କର୍ମଚାରୀଙ୍କ ଠାରୁ ୪୯ କୋଟି ଜବତ
ଭୁବନେଶ୍ୱର : ବର୍ଷକ ମଧ୍ୟରେ ସରକାରୀ ଅଧିକାରୀଙ୍କ ଘରେ ରେଡ଼ କରି ଭିଜିଲାନ୍ସ ୧୧୫ କୋଟି ୭୫ ଲକ୍ଷ ଟଙ୍କାର ସମ୍ପତି ଜବତ କରିଛି । ତେବେ ଗତ ଦୁଇମାସ ମଧ୍ୟରେ ୩୯ ସରକାରୀ କର୍ମଚାରୀଙ୍କ ଉପରେ ରେଡ଼ କରାଯାଇ ୪୯ କୋଟି ୩୬ ଲକ୍ଷ ଟଙ୍କା ଜବତ କରାଯାଇଛି । ଅର୍ଥାତ୍ ଦୁଇମାସ ମଧ୍ୟରେ ଭିଜିଲାନ୍ସ ଜାଲରେ ବଡ଼ ମାଛ ଧରାପଡ଼ିଛନ୍ତି । ପୂର୍ବ ସରକାର ଅମଳରେ ଭିଜିଲାନ୍ସ କେରାଣ୍ଡି ଧରୁଥିବାବେଳେ ସେ ବାଳିହା ଧରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ କହିଥିଲେ ।
ବିଧାନସଭାରେ ପ୍ରଦତ ତଥ୍ୟ ଅନୁଯାୟୀ, ଜୁନ୍ ୧୨ରୁ ଅଗଷ୍ଟ ୨୫ ମଧ୍ୟରେ ୩୯ ଜଣ ସରକାରୀ କର୍ମଚାରୀଙ୍କ ଉପରେ ରେଡ଼୍ କରାଯାଇଥିଲା । ସେମାନଙ୍କର ୪୯ କୋଟି ୩୫ ଲକ୍ଷ ୯୮ ହଜାର ଟଙ୍କାର ସମ୍ପତି ଜବତ ହୋଇଛି । ଅପରପକ୍ଷରେ ଅନ୍ୟ ଏକ ପ୍ରଶ୍ନର ଉତରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ୨୦୨୨ ଜାନୁଆରୀ ପହିଲାରୁ ୨୦୨୩ ଡିସେମ୍ବର ୩୧ ମଧ୍ୟରେ ୨୮୬ ଜଣଙ୍କ ବିରୋଧଷର ୧୭୦ଟି ଆୟ ବର୍ହିଭୂତ ସମ୍ପତି ଜବତ ମାମଲା ରୁଜୁ ହୋଇଛି । ସେହି ମାମଲା ସଂକ୍ରାନ୍ତରେ ୬୬୬ ଘରେ ଭିଜିଲାନ୍ସ ରେଡ଼ କରିଥିବାବେଳେ ୩୨୨ କୋଟି ୧୪ ଲକ୍ଷ ଟଙ୍କାର ସମ୍ପତି ଜବତ କରାଯାଇଛି ।