ଅସ୍ତରଙ୍ଗ ହାଇସ୍କୁଲରେ ଭୋଜି ଘଟଣା : ତଦନ୍ତ ନିଦେ୍ର୍ଦଶକୁ ମାନୁ ନାହାଁନ୍ତି ଶିକ୍ଷାଧିକାରୀ

 କାକଟପୁର: ଅସ୍ତରଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତ ମାସ ୨୭ ତାରିଖ ରାତିରେ ଭୋଜି ଭାତକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସରକାରଙ୍କ ପକ୍ଷରୁ ସରକାରୀ ସ୍କୁଲରେ ବେସରକାରୀ ଭାବେ ଭୋଜି ଭାତ, ବୈଠକ, କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ ପାରିବ ନାହିଁ ବୋଲି କଡା ନିଦେ୍ର୍ଦଶ ରହିଛି । ବିଶେଷରେ ଯଦି କୌଣସି କାର୍ଯ୍ୟକ୍ରମ ହୁଏ ତାହେଲେ ଶିକ୍ଷା ବିଭାଗର ଅନୁମତି ଆଣିବାକୁ ପଡିଥାଏ । ଯେଉଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଯେମିତି ଛାତ୍ରଛାତ୍ରୀ କୌଣସି ପ୍ରକାରେ ପ୍ରଭାବିତ ହେବେ ନାହିଁ । ତଥାପି ସରକାରୀ ନିୟମ କାର୍ଯ୍ୟକାରୀ ହେବା ପରଠାରୁ ଏ ସବୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ରହିଛି । କୌଣସି ଅଘଟଣ ଆଶଙ୍କାରେ ଶିକ୍ଷା ବିଭାଗ ଅଧିକାରୀ ଅନୁମତି ଦେବାର ନଜିର ନାହିଁ । କିନ୍ତୁ ସବୁ ସରକାରୀ ନିଦେ୍ର୍ଦଶନାମାକୁ ଅସ୍ତରଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଜଳାଞ୍ଜଳି ଦେଇ ରାତିରେ ଭୋଜି ଭାତ କରିବାକୁ ଅନୁମତି ପ୍ରଦାନ କରିଥିଲେ । ଘଟଣାର ବିଭାଗୀୟ ତଦନ୍ତ ପାଇଁ  ସ୍ଥାନୀୟ ଜନସାଧାରଣ ଦାବି କରିଥିଲେ । ଘଟଣା ସମ୍ପର୍କରେ ଅସ୍ତରଙ୍ଗ ବ୍ଲକ ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା କାରଣ ଦର୍ଶାଅ ନୋଟିସ କରି ନ ଥିବା ଜଣାପଡିଥିଲା ।
ଏ ସମ୍ପର୍କରେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ ନାୟକ ପୁରୀ ଜିଲ୍ଲାପାଳ ଶିକ୍ଷା ନିଦେ୍ର୍ଦଶକ ଭୁବନେଶ୍ୱର ଓ ପୁରୀ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଶ୍ରୀ ନାୟକ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିଠି ନଂ୭୩୪୯ ତାରିଖ ୦୩/୦୯/୨୦୨୫ରେ ଅସ୍ତରଙ୍ଗ ବ୍ଲକ ଶିକ୍ଷାଧିକାରୀଙ୍କୁ ତଦନ୍ତ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ଅସ୍ତରଙ୍ଗ ଶିକ୍ଷା ଅଧିକାରୀ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ତଦନ୍ତ ନ କରି ଚୁପ ହୋଇ ବସି ପଡିଲେ । 
ପୁଣି ଶିକ୍ଷାଧିକାରୀ ପୁରୀ ଚିଠି ନଂ ୧୧୮୧ ତାରିଖ ୦୬/୦୯/୨୦୨୫ ରେ ଅସ୍ତରଙ୍ଗ ପ୍ରଧାନ ଶିକ୍ଷକଙ୍କୁ ୨୭ ତାରିଖର ସିସିଟିଭି ଫୁଟେଜ ସରଂକ୍ଷିତ କରି ରଖିବାକୁ ନିଦେ୍ର୍ଦଶ ଦେଇଥିଲେ । ଏହା ପରେ ଶିକ୍ଷା ଅଧିକାରୀ ପୁରୀ ଚିଠି ନଂ ୭୭୨୮ ତାରିଖ ୧୨/୦୯/୨୦୨୫ରେ କଣାସ ବ୍ଲକ ଶିକ୍ଷା ଅଧିକାରୀ ରାମଚନ୍ଦ୍ର ବେହେରାଙ୍କୁ ତମାମ ଘଟଣାର ତଦନ୍ତ କରିବାକୁ କଡା ନିଦେ୍ର୍ଦଶ ଦେଇଥିଲେ । କଣାସ ଶିକ୍ଷାଧିକାରୀ କୌଣସି ତଦନ୍ତ ନ କରି ଚୁପ ରହିଲେ । ଏଠାରେ ସ୍ୱାଭାବିକ ଭାବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଶିକ୍ଷାଧିକାରୀ ପୁରୀ ତିନି ଥର ଚିଠି କରିବା ପରେ ବି କ’ଣ ପାଇଁ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଆଗେଇ ପାରୁ ନାହିଁ । କାହା ଚାପର ବଶବର୍ତ୍ତୀ ହୋଇ ଦୁଇ ବ୍ଲକର ଶିକ୍ଷା ଅଧିକାରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିଦେ୍ର୍ଦଶକୁ ଅବମାନନା କରୁଛନ୍ତି ତାହା ରାଜ୍ୟ ଶିକ୍ଷା ବ୍ୟବସ୍ଥା ନୀତିକୁ ଖୋଲା ଉଲ୍ଲଙ୍ଘନ କରାଯାଉଛି । ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ ଓ ଶିକ୍ଷା ନିଦେ୍ର୍ଦଶଙ୍କ ନିକଟରେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ ନାୟକ ଦାବି କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକ ପ୍ରେସ ବାର୍ତ୍ତାରେ କହିଛନ୍ତି ।