ଝୁଲନ୍ତା ପଥର ତଳେ ଗାଁ

ବିଶ୍ୱରେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ଏକ ଝୁଲନ୍ତା ‘ପଥର ତଳେ ଗୋଟିଏ କି ଦୁଇଟି ନୁହେଁ, ବରଂ ଏକ ବିରାଟକାୟ ଗାଁ ତାହା ପୁଣି ଲଗଜୁରୀ ହଲମାନ ତିଆରି ହୋଇଛି । ଏହି ଗାଁଟି ସ୍ପେନରେ ହିଁ ରହିଛି । ଏହି ଗାଁର ନାମ ସେଟେନିଲ୍ ଦି ଲସ୍ ବୋଦେଗସ । ଗାଁଟି ସମ୍ପୂର୍ଣ ଏକ ବିରାଟକାୟ ଝୁଲନ୍ତା ପଥର ତଳେ ଗଢ଼ିଉଠିଛି । ଏହି ପଥର ଉପରେ ଏକ ବିରାଟକାୟ ରାସ୍ତା ଲମ୍ବିଛି । ଏହା ଉପରେ ଗାଡିମୋଟର ଆଦି ଯାତାୟାତ କରୁଥିବା ବେଳେ ପଥର ତଳେ ଗାଁ ରହିଛି । ଝୁଲନ୍ତା ପଥର ତଳେ ଘର, ଦୋକାନ, ସପିଂ ମଲ, ରେସ୍ତୋରାଁ, ଖେଳ ପଡିଆ, ଅଫିସ୍ ଆଦି ରହିଛି । ଯେଉଁଠି ଲୋକେ ନିର୍ଭୟରେ ବସବାସ କରୁଛନ୍ତି । କେବଳ ସେତିକି ନୁହେଁ, ଏହି ଗାଁକୁ ଦେଖିବା ପାଇଁ ଏବେ ପର୍ଯ୍ୟଟକଙ୍କ ଭିଡ ଜମୁଛି । ଏହି ଗାଁର ହୋଟେଲ ଓ ରେସୌରାରେ ବସି ଲୋକେ ଆରାମରେ ଖାଇବା ସହିତ ପଥରର ଦୁଇ କଡରେ ଲଗଜୁରୀ ଘରକୁ ଉପଭୋଗ କରିଥାନ୍ତି । ଭିଡିଓକୁ ସୋସିଆଲ ମିଡିଆରେ ସେୟାର ହେବାର ମାତ୍ର ଗୋଟିଏ ଦିନରେ ୧୪ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି । ଲକ୍ଷ ଲକ୍ଷ ଭୁଜ ମିଳିଛି । କିଛି ୟୁଜର କମେଣ୍ଟରେ ଲେଖିଛନ୍ତି-ଭିଡିଓକୁ ଦେଖି ଭୟ ଲାଗୁଛି । ଆଉ ଜଣେ ଲେଖିଛନ୍ତି ଲାଗୁଛି ଯେମିତି ପଥରଟି କେଉଁ ମୁହୂର୍ତ୍ତରେ ଏହା ମୁଣ୍ଡ ଉପରେ ଖସି ପଡିବ ।