ନିର୍ବାଚନ ତାରିଖ ଘୋଷଣା, ଜାଣନ୍ତୁ କେବେ
ECI election date announce

ଭୁବନେଶ୍ୱର : ଭାରତୀୟ ନିର୍ବାଚନ କମିଶନ ଆଜି ଜାମ୍ମୁକାଶ୍ମୀର ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଜାମ୍ମୁକାଶ୍ମୀରରେ ୩ ପର୍ଯ୍ୟାୟରେ ଭୋଟ ହେବ । ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଓ ଅକ୍ଟୋବର ୧ରେ ଭୋଟ ଗ୍ରହଣ ହେବ । ସେହିପରି ହରିୟାଣାରେ ଅକ୍ଟୋବର ୧ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବବୋଲି ଇସିଆଇ କହିଛନ୍ତି । ଅକ୍ଟୋବର ୪ରେ ଭୋଟ ଗଣତି ହେବ । ଇସିଆଇଙ୍କ ତାରିଖ ଘୋଷଣା ପରେ ଜାତୀୟ ରାଜନୀତି ସରଗରମ ହୋଇଯାଇଛି ।