୫ ବିଧାୟକଙ୍କ ଟିକେଟ କାଟିଦେଲେ ନବୀନ
Biju Janata Dal, Naveen Patnaik

ଭୁବନେଶ୍ୱର : ବିଜୁ ଜନତା ଦଳର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫ ବିଧାୟକଙ୍କ ଟିକେଟ କଟିଯାଇଛି । ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି, କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ଚମ୍ପୁଆ ବିଧାୟକ ମୀନାକ୍ଷୀ ମହନ୍ତଙ୍କ ଟିକେଟ କଟିଛି । ଅପରପକ୍ଷରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ଧଡ଼ା ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୂର୍ବରୁ ବିଜେଡ଼ି ବିଦା କରିଦେଇଥିଲା ।
୯ ଆସନ ପାଇଁ ବିଜେଡ଼ି ଦେଲା ପ୍ରାର୍ଥୀ
ଚିଲିକା : ରଘୁନାଥ ସାହୁ
ଆନନ୍ଦପୁର : ଅଭିମନ୍ୟୁ ସେଠୀ
ସାରସକଣା : ଦେବାଶିଷ ମାରାଣ୍ଡି
କରଞ୍ଜିଆ : ବାସନ୍ତୀ ହେମ୍ବ୍ରମ
ରେମୁଣା : ବିଦ୍ୟାସ୍ମିତା ମହାଳିକ
ସିମୁଳିଆ : ସୁବାସିନୀ ସାହୁ
ବଡ଼ଚଣା : ବର୍ଷା ପ୍ରିୟଦର୍ଶିନୀ
କେନ୍ଦ୍ରାପଡ଼ା : ଗଣେଶ୍ୱର ବେହେରା
ଚମ୍ପୁଆ : ସନାତନ ମହାକୁଡ଼