ଅମରେଶ ଓ ବିରଞ୍ଚିଙ୍କ ଉପରେ ନବୀନଙ୍କ ଛାଟ

Biju Janata Dal

ଅମରେଶ ଓ ବିରଞ୍ଚିଙ୍କ ଉପରେ ନବୀନଙ୍କ ଛାଟ

ଭୁବନେଶ୍ୱର : ଶେଷରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି  । ଭୁବନେଶ୍ୱର ବିଜେଡ଼ିରେ ଚାଲିଥିବା ଗୋଷ୍ଠୀକନ୍ଦଳକୁ ଗୁରୁତର ସହ ଗ୍ରହଣ କରିଛନ୍ତି  । ଏନେଇ ୪ ନେତାଙ୍କୁ  ଦଳ ପକ୍ଷରୁ ନୋଟିସ୍‌ ଦିଆଯାଇଛି  । ବରିଷ୍ଠ ନେତା ଅମରେଶ ଜେନା, ବିରଞ୍ôଚ ମହାସୁପକାର, ବିବେକ ସ୍ୱାଇଁ ଓ ରାଜେଶ ପାତ୍ରଙ୍କୁ ନୋଟିସ୍‌ ଦିଆଯାଇଛି  । ସେମାନଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ତାହାର ଉତ୍ତର ୧୫ ଦିନ ମଧ୍ୟରେ ରଖିବାକୁ ଜିଲ୍ଲା ସଭାପତି ସୁଶାନ୍ତ ରାଉତ ନୋଟିସ୍‌ ଦେଇଛନ୍ତି  । ଯାହା ଏବେ ବିଜେଡ଼ି ରାଜନୀତିରେ ଚର୍ଚ୍ଚା ସୃଷ୍ଟିକରିଛି  । ନିକଟରେ ସୁଶାନ୍ତ ଓ ବିରଞ୍ôଚଙ୍କୁ ନେଇ ଶଙ୍କ ଭବନରେ ତୁମୁଳ କାଣ୍ଡ ଘଟିଥିଲା  । ଉଭୟ କର୍ପୋରେଟରଙ୍କୁ ବିଏମସିର ଅନ୍ୟ ବିଜେଡ଼ି କର୍ପୋରେଟରମାନେ ଜୋରଦାର ଟାର୍ଗେଟ୍‌ କରିଥିଲେ  ।