ସିବିଏସଇ ପରୀକ୍ଷାରେ ଦିବ୍ୟ ଜ୍ୟୋତି କନଭେଣ୍ଟ ସ୍କୁଲର ସଫଳତା
ବେତନଟୀ : ଆଗ୍ରିଆ ସ୍ଥିତ ସର୍ବଣା ଦିବ୍ୟ ଜ୍ୟୋତି କନଭେଣ୍ଟ ସ୍କୁଲର ଦଶମ ପରୀକ୍ଷାର୍ଥୀମାନେ ପ୍ରକାଶିତ ପରୀକ୍ଷା ଫଳରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଦଶମରେ ମୋଟ ୨୯ ଜଣ ପିଲାଙ୍କ ମଧ୍ୟରୁ ସମସ୍ତେ ଭଲ ନମ୍ବର ସହ ଉର୍ତ୍ତୀଣ୍ଣ ହୋଇ ଶତ ପ୍ରତିଶତ ଫଳ ଦେଇଛନ୍ତି । ଏହି ଉଲ୍ଲେଖନୀୟ ସଫଳତା ପାଇଁ ପରୀକ୍ଷାର୍ଥୀମାନଙ୍କ ଅକ୍ଲାନ୍ତ ପରିଶ୍ରମ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉନ୍ନତମାନର ଶିକ୍ଷାଦାନ ଓ ନିରନ୍ତର ମାର୍ଗଦର୍ଶନ ପାଇଁ ଦିବ୍ୟଜ୍ୟୋତି କନଭେଣ୍ଟ ସ୍କୁଲ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଥିବା ଅଧ୍ୟକ୍ଷ ସିଷ୍ଟର ଶ୍ୟାନି ଭି ଜୋସେଫ ଉଲ୍ଲେଖ କରିଛନ୍ତି ।