ଜିଲ୍ଲା ପ୍ରଶାସନ ସହିତ ମନ୍ତ୍ରୀଙ୍କ ସ୍ଥିତି ସମୀକ୍ଷା
ାା ପ୍ରଭାନୁ୍ୟଜ୍ ।ା ବାରିପଦା/ସାରସକଣା: ବାତ୍ୟା "ଦାନା' ଓଡ଼ିଶା ଆଡକୁ ଅଗ୍ରସର ହୋଇ ଗଭୀର ଅବପାତ ରୂପ ନେବ । ଏଣୁ ଏହି ପରିପ୍ରେକ୍ଷୀରେ ଦୁଇ ଦିନ ପାଣିପାଗ କେନ୍ଦ୍ର ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ କରି ସାରିଛି । ଏହି ପ୍ରସ୍ତୁତି ଓ ଅନ୍ୟାନ୍ୟ ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନର ପ୍ରକ୍ରିୟାକରଣ ବିଷୟରେ ସମୀକ୍ଷା କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ସେ ଜିଲ୍ଲା ପ୍ରଶାସନ ସହିତ ଏକ ବୈଠକ କରିଥିଲେ । ଏହି ବୈଠକରେ ବାରିପଦା ସ୍ଥିତ ଓଶ୍ୱାନ ହଲଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲିଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଆଭାସୀ ମାଧ୍ୟମରେ ସମସ୍ତ ଉପଖଣ୍ଡ, ବ୍ଲକ ଓ ତହସିଲ ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।
ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଆଗାମୀ ୨୫ ତାରିଖ ଦିନ ବାଲେଶ୍ୱର ସହିତ ନିକଟ ସଂଯୋଗ କରୁଥିବା ବାରିପଦା ଉପଖଣ୍ଡ ଓ ଉଦଳା ଅଂଚଳ, ସମ୍ଭାବିତ ବାତ୍ୟା ଓ ବନ୍ୟା ଦ୍ୱାରା ପ୍ରଭାବିତ ହୋଇପାରେ । ତେଣୁ ଏହି ସ୍ଥାନରେ ପ୍ରବଳ ବର୍ଷ ସମ୍ଭାବନା ଅଛି । ଆବଶ୍ୟକ ସ୍ଥଳେ ବନ୍ୟାଜଳ ନିଷ୍କାସନ କରିବା ପାଇଁ ମଧ୍ୟ ପ୍ରଶାସନ କାର୍ଯ୍ୟ କରୁଛି । ବିଶେଷ କରି ଝାଡ଼ଖଣ୍ଡ ସ୍ଥିତ ସୁବର୍ଣ୍ଣରେଖା ଠାରେ ଅଧିକ ବର୍ଷ ହେଲେ ମୟୂରଭଞ୍ଜ ଜିଲ୍ଲାରେ ଥିବା ଡ୍ୟାମ ମାଧ୍ୟମରେ ଜଳ ନିଷ୍କାସନ କରାଯିବ । ପ୍ରାକୃତିକ ଦୁର୍ବିପାକର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ୨୭୮ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିଛି । ଏଥିସହିତ ୧୦ଟି ବହୁମୁଖୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ଅଛି । ୧୯ଟି ଆପଦା ପ୍ରବନ୍ଧନ ରହିଥିବା ବେଳେ ଗୋଟିଏ ଏନ୍ଡିଆର୍ଏଫ୍ ଟିମ ଓ ୬ଟି ଓଡ଼ିଆର୍ଏଏଫ୍ ଟିମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ପାଇଁ ମହଜୁଦ ଅଛନ୍ତି । ସମୁଦାୟ ୨୬ଟି ବ୍ଲକରେ ଅଗ୍ନିଶମ ବିଭାଗ କାର୍ଯ୍ୟରତ ଥିବା ବେଳେ ସମସ୍ତ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ସମେତ ଅଙ୍ଗନବାଡି କେନ୍ଦ୍ରରେ ମେଡ଼ିସିନ ମହଜୁଦ ରହିଛି । ଗର୍ଭବତୀଙ୍କୁ ଚିକିସôାଳୟରେ ଉପଚାର ଓ ନୂତନ ପ୍ରସୂତିଙ୍କୁ ଆଶ୍ରୟ ସ୍ଥଳୀରେ ସ୍ୱତନ୍ତ୍ର ସ୍ୱାସ୍ଥ୍ୟଗତ ସୁରକ୍ଷା ମଧ୍ୟରେ ରଖାଯିବ । ସମସ୍ତ ସ୍କୁଲକୁ ଜରୁରୀକାଳୀନ ଆଶ୍ରୟ ସ୍ଥଳୀ ଭାବେ କାର୍ଯ୍ୟ କରିବାକୁ ଏହି ବୈଠକରେ କୁହାଯାଇଥିଲା । ସମସ୍ତ ଡ୍ରେନ୍ ଦ୍ୱାରା ଜଳ ନିଷ୍କାସନ ଓ ଜନସାଧାରଣଙ୍କ ଆବଶ୍ୟକୀୟ ସେବା ଯୋଗାଇ ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଏହି ସମୀକ୍ଷା ବୈଠକରେ ସମସ୍ତ ସମ୍ଭାବ୍ୟ ପ୍ରଭାବିତ ବ୍ଲକ ଓ ତହସିଲଦାରମାନେ ନିଜ ନିଜ ଅଂଚଳରେ କାର୍ଯ୍ୟକାରୀ କରାଇଥିବା ସମସ୍ତ ପ୍ରକ୍ରିୟାକୁ ମନ୍ତ୍ରୀଙ୍କୁ ଉପସ୍ଥାପନା କରିଥିଲେ । ଆଗାମୀ ସମୟରେ ଏହାକୁ ତ୍ୱରାନ୍ୱିତ କରିବା ନେଇ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଅଭୟ ଦାଶ, ଜିଲ୍ଲା ନିର୍ବାହୀ ଅଧିକାରୀ ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର, ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଅଭୟ କୁମାର ଦାଶ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସିଦ୍ଧାର୍ଥ ବେହୁରା ପ୍ରମୁଖ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।