ଅସ୍ଥି ଶଲ୍ୟ ଚିକିତ୍ସା ଶିବିର 

ାା ପ୍ରଭାନୁ୍ୟଜ ।ା ବଡ଼ସାହି:  ବଡ଼ସାହି ବ୍ଲକ୍ ଅନ୍ତର୍ଗତ ବିଜିପୁର, ମାନଗୋବିନ୍ଦପୁର, ମାଣତ୍ରୀ ଶ୍ରୀ ମା ଶ୍ରୀ ଅରବିନ୍ଦ ଯୋଗ ସାଧନା କେନ୍ଦ୍ର ଦ୍ୱାରା ଡ଼ା କିଶୋର ଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ବିଦେଶରୁ ଆସିଥିବା ବିଶେଷଜ୍ଞ ଡ଼ାକ୍ତରମାନଙ୍କୁ ନେଇ ବିଶାଳ ଅସ୍ଥି ଶଲ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱିଡେନର ପ୍ରସିଦ୍ଧ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ଡ଼ା. ଉର୍ବାନ ରାଇଧୋଲ୍ଡ ଏବଂ ଡ଼ା ବିରଗେର୍ ବ୍ଲାଇଡର ତଥା ରିହିମାଟୋଲୋଜି ବିଶେଷଜ୍ଞ ପ୍ରଫେସର ଡ଼ା ରବିନାରାୟଣ ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିବା ସହିତ ଅଞ୍ଚଳର ତଥା ଦୂର ଦୁରାନ୍ତ ଆସିଥିବା ୫୦ ଜଣ ରୋଗୀମାନଙ୍କର ଚିକତ୍ସା ତଥା ପରାମର୍ଶ ଦେଇଥିଲେ । ଏଥିରେ ରୋଗୀମାନଙ୍କର ସୁବିଧା ନିମନ୍ତେ ମେଡିକାଲ୍ ଟ୍ରାନ୍ସକପନିଷ୍ଟ ଅରୁଣ କୁମାର ସିଂହ ସହଯୋଗ କରିଥିଲେ । ଯୋଗ ସାଧନା କେନ୍ଦ୍ରର ସମ୍ପାଦକ ସର୍ବେଶ୍ୱର ଜେନା, ପରେଶ ଦଳେଇ, ସନ୍ତୋଷ ଖଣ୍ଡା, ସଞ୍ଜିତା ମହାନ୍ତି, ନୀଳକଣ୍ଠ ନାୟକ, ଅନିରୁଦ୍ଧ ରାଉତ, ଅନୀତା ଦିଦି, ସବିତା ଦିଦି, ସାମ ସାସାମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ଚାଷୀ
ାା ପ୍ରଭାନୁ୍ୟଜ ।ା ବୈଶିଙ୍ଗା, ୨୧ା୧୦: ପାଣିପାଗ ବିଭାଗର ପୂର୍ବାନୁମାନ ସାମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଧାନ ଚାଷୀ । ସାଧାରଣତଃ ଗର୍ଭଣା ସଂକ୍ରାନ୍ତି ବେଳକୁ ଧାନଗଛରେ ଥୋଡ ଆସିଯାଇଥାଏ । ପ୍ରାୟ ଏକ ସପ୍ତାହ ମଧ୍ୟରେ ଧାନ କେରା ଗଛ ପେଟରୁ ବାହାରି ପଡ଼େ । ଏଥିପାଇଁ ଏକ ପ୍ରବାଦ ଅଛି ‘ଆଗେ ବୁଣ ପଛେ ବୁଣ ଗର୍ଭଣାକୁ ଠୁଣ ଠୁଣ ।  ହେଲେ ଏହି ସମୟରେ ବାତ୍ୟା ଆସିଲେ ଧାନ ସବୁ ଅଗାଡି ପାଲଟିଯାଏ । ଚାଷୀ ବର୍ଷକର ଖାଦ୍ୟ ହରାଇ ବସେ । ତେଣୁ ଚାଷୀ ମନରେ ଆଶଙ୍କା ଆସିବା ସ୍ୱାଭାବିକ କଥା । ଏପଟେ ରାଜ୍ୟ ସରକାର ବାତ୍ୟା ଭୟ ଥିବା ଅଞ୍ଚଳ ଗୁଡିକରେ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯାଇଛି । ଏ ନେଇ ବେତନଟୀ ବ୍ଲକ ଅଞ୍ଚଳରେ ପ୍ରତି ପଞ୍ଚାୟତକୁ ସ୍ୱତନ୍ତ୍ର ନିଦେ୍ର୍ଦଶ ଦିଆଯାଇଥିବା କଥା ବିଡିଓ ପ୍ରକାଶ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସମସ୍ତ ପଞ୍ଚାୟତରେ ଆସନ୍ନ ବାତ୍ୟା ଆଶଙ୍କା ପାଇଁ ସାଧାରଣ ଲୋକଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଥିବାର ଜଣାଯାଇଛି । ମାତ୍ର ଧାନ ଚାଷୀ ବ୍ୟତୀତ ପରିବା ଚାଷୀ ମଧ୍ୟ ଆଶଙ୍କାରେ ଥିବା ଜଣାଯାଇଛି । ଅଳ୍ପ କିଛିଦିନ ପୂର୍ବରୁ ଲଗାଣ ବର୍ଷାରେ ପରିବା ଚାଷ ପୁରା ଧୋଇଯାଇଥିବା ପରେ ଶୀତଦିନିଆ ପନିପରିବା ଚାଷ ପାଇଁ ଚାଷୀ ଅଣ୍ଟା ଭିଡିଥିବାବେଳେ ଆସନ୍ନ ବାତ୍ୟାର ପ୍ରକୋପ କ’ଣ ରହିବ ସେଥିପାଇଁ ଚାଷୀ ଚିନ୍ତାରେ । ତେବେ ଘୂର୍ଣ୍ଣିଝଡର ଅବପାତ, ତାର ଗତିବିଧି, ପବନର ବେଗ କୁ ନେଇ ପାଣିପାଗ ବିଭାଗର ସଠିକ୍ ସୂଚନା ପ୍ରକାଶ ପରେ ବାତ୍ୟାର ସ୍ୱରୂପ ଆକଳନ କରାଯାଇପାରେ । ଏହି ବାତ୍ୟାକୁ ଲକ୍ଷ୍ୟ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ ଅଧିକାରୀ/କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ଜଣାଯାଇଛି । ଏଥିସହିତ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ରୋକିବାକୁ ଜିଲ୍ଲା ତରଫରୁ ସ୍କ୍ୱାର୍ଡ ଗଠନ କରାଯାଇ ବ୍ୟବସାୟୀ ପ୍ରତିଷ୍ଠାନ ଉପରେ ନଜର ରଖିବାକୁ ପରାମର୍ଶ ଦେଇଥିବା ଜଣାଯାଇଛି ।
ର ପ୍ରମୁଖ ଉପସ୍ଥିତ ରହି ଶିବିରରେ ସହଯୋଗ କରିଥିଲେ ।