କାରକୁ ଧକ୍କା ଦେଇ ଓଲଟିଲା କାର, ଅଳ୍ପକେ ବର୍ତ୍ତିିଲେ ତିନି

ପାପଡାହାଣ୍ଡି: ବିଳମ୍ବିତ ରାତିରେ ପାପଡାହାଣ୍ଡି ସହରର ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଗରେ ଏକ କାରକୁ ଧକ୍କା ହୋଇ କାରଟି ଜାତୀୟ ରାଜପଥ ଉପରେ ଓଲୋଟି ପଡ଼ିଥିବା ବେଳେ ଏଥରେ ବସିଥିବା ୩ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଛତିଶଗଡରୁ ତାମିଲନାଡୁ ଚେନେଇ ଯିବା ସମୟରେ ଦୁର୍ଘଟଣାଗସ୍ତ ହୋଇଥିଲା ।  ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ କାରଟି ରାସ୍ତା କଡ଼ରେ ଥିବା ଏକ କାରକୁ ଧକ୍କା ହୋଇ ରାସ୍ତା ଉପରେ ଓଲୋଟି ପଡିଥିଲା ।  ବହୁ କଷ୍ଟରେ ଏହା ଭିତରେ ବସିଥିବା ୩ ଜଣ ବାହାରକୁ ଆସିଥିଲେ । ନିର୍ବାଚନରେ ନିୟୋଜିତ ପୁଲିସ୍ ବସ କର୍ମ·ରୀମାନେ ଏହା ଦେଖି କାରଟିକୁ ରାସ୍ତା କଡ଼ରୁ ହଟାଇଥିଲେ ।  କାର ଧକ୍କାରେ ଆଉ ଦୁଇ କାର କ୍ଷତି ହୋଇଛି । ପାପଡାହାଣ୍ଡି ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।