ସ୍ୱାମୀ ହାଟକୁ ଯାଇଥିବା ବେଳେ ସ୍ତ୍ରୀ ନିଖୋଜ!
ସାରସକଣା : ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ବାଉଁଶଦା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା, ଯାହାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବକ । ହାଟକୁ ଯାଇଥିବା ବେଳେ ସ୍ତ୍ରୀ ଅଚାନକ ନିଖୋଜ ହୋଇଯିବା ନେଇ ଚିନ୍ତାରେ ସ୍ୱାମୀ । ସ୍ୱାମୀ ହିରାଲାଲ ମହାନ୍ତଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୯ତାରିଖ ଅପରାହ୍ନରେ ହିରାଲଲ କଚିମ୍ବିଲା ଗ୍ରାମର ହାଟକୁ ଯାଇଥିବା ବେଳେ, ତାଙ୍କ ସ୍ତ୍ରୀ ସିପି ମହାନ୍ତ (୧୯) ଘରେ ନଥିଲେ । ଖୋଜାଖୁଜି କରିବା ପରେ ଜାଣିବାକୁ ପାଇଲେ ସିପିର ବଡବାପା ଘରକୁ ଆସିଥିଲେ, ସେ ହୁଏତ ସିପିକୁ ସାଙ୍ଗରେ ନେଇଯାଇ ତାଙ୍କ ବାପାଙ୍କ ଘରେ ଛାଡିଥାଇ ପାରନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ତେବେ ସ୍ତ୍ରୀ କୁ ଦେଇଥିବା ମୋବାଇଲ ସେ ଘରେ ରଖିଦେଇ ଯାଇଥିଲେ, ତାଙ୍କ ବାପଘରେ ପଚାରିବାରୁ ସେ କୁଆଡେ ଯାଇଛି, କଣ କରିଛି ଆମେ ଜାଣିନାହିଁ । ତମେ ନେଇ ଯାଇଥିଲ ତମେ ହିଁ ବୁଝ୍ କହିଥିଲେ । ଏବେ ହିରାଲାଲ୍ ଅସହାୟ ହୋଇ ଝାରପୋଖରୀଆ ଥାନାର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ଥାନାରୁ ଆଶାନୁରୂପ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ନେଇ ହିରାଳାଲ ଦୁଃଖ ପ୍ରକାଶ କରିଛନ୍ତି । ଏନେଇ ଅଭିଯୋଗ ଗ୍ରହଣ କରିଥିବା ଏସଆଇଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନାହିଁ ଝାରପୋଖରୀଆ ଥାନାଧିକାରୀ ବର୍ତ୍ତମାନ ସୁଦ୍ଧା ମାମଲା ରୁଜ୍ଜୁ ହୋଇନଥିବା ପ୍ରକାଶ କରିଛନ୍ତି ।