ଯୁକ୍ତ ଦୁଇ ବିଜ୍ଞାନରେ ୮୭.୫% ପାଶ୍
CHSE RESULT

ଭୁବନେଶ୍ୱର : ବିଜ୍ଞାନରେ ୧ ଲକ୍ଷ ୧୩ ହଜାର ୯୬୮ ଜଣ ପରୀକ୍ଷା ଦେଇଥିଲେ । ୯୦ ହଜାର ୭୨୪ ଜଣ ପାଶ୍ କରିଛନ୍ତି । ୮୭.୫୦% ପାଶ୍ କରିଛନ୍ତି ।
ବାଣିଜ୍ୟରେ ୨୫ ହଜାର ୫୨୬ ପଞ୍ଜୀକୃତ ହୋଇଥିଲେ । ୨୫ ହଜାର ୧୦୮ ଜଣ ପରୀକ୍ଷା ଦେଇଥିଲେ । ୨୦ ହଜାର ୮୯୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ୮୩.୨୦% ପାଶ୍ ହୋଇଛନ୍ତି ।
କଳାରେ ୧୩୫୬ କଲେଜର ୨ ଲକ୍ଷ ୪୭ ହଜାର ୩୯୧ ପିଲା ପଞ୍ଜୀକୃତ ହୋଇଥିଲେ । ୨ ଲକ୍ଷ ୪୩ ହଜାର ୬୫୩ ପିଲା ପରୀକ୍ଷା ଦେଇଥିଲେ । ୧ ଲକ୍ଷ ୯୬ ହଜାର ୧୭୧ ପାଶ୍ କରିଛନ୍ତି । ୮୦.୫% ପିଲା ପାଶ୍ କରିଛନ୍ତି ।
ବହୁ ପ୍ରତୀକ୍ଷିତ ଯୁକ୍ତ ୨ ପରୀକ୍ଷା ଫଳ ବୁଧବାର ଅପରାହ୍ନରେ ପ୍ରକାଶ ପାଇଛି । ଏକକାଳୀନ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ-୨୦୨୫ ପ୍ରକାଶ ପାଇଛି । ଛାତ୍ର ୧ ଲକ୍ଷ ୪୨ ହଜାର ୫୧୨ ଓ ଛାତ୍ରୀ ୧ ଲକ୍ଷ ୭୬ ହଜାର ୨୫୧ ଜଣ ପାଶ୍ କରିଛନ୍ତି । ମୋଟ୍ ଉପରେ ୩ ଲକ୍ଷ ୧୬ ହଜାର ୭୮୭ ଜଣ ପାଶ୍ କରିଛନ୍ତି । ୮୨.୭୭% ପାଶ୍ କରିଛନ୍ତି ।
ଛାତ୍ରମାନଙ୍କ ପାଶ୍ ହାର ୭୭.୮୮% ଓ ଛାତ୍ରୀମାନଙ୍କ ପାଶ୍ ହାର ୮୭.୨୪% ।
ପରୀକ୍ଷା ଫଳ ପ୍ରକାଶର ଘଣ୍ଟାକ ପରେ ପରୀକ୍ଷାର୍ଥୀମାନେ ସେମାନଙ୍କର ରେଜଲ୍ଟ ଡିଜି ଲକର ସମେତ www.chseodisha.nic.in I http://orissaresults.nic.in ୱେବ୍ସାଇଟ୍ରେ ଦେଖିପାରିବେ । ଚଳିତ ବର୍ଷ ରାଜ୍ୟରେ ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୮୯ ହଜାର ୮୧୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଫେବ୍ରୁଆରି ୧୮ରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ୨୭ ତାରିଖରେ ପରୀକ୍ଷା ସରିଥିଲା । ଏପ୍ରିଲ ୨ ତାରିଖରେ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହୋଇଥିଲା । ଖାତା ଦେଖାରେ ମୋଟ ୧୬ ହଜାର ଅଧ୍ୟାପକ ସାମିଲ ହୋଇଥିଲେ ।