‘ମୁଖ୍ୟମନ୍ତ୍ରୀ ଏକଛତ୍ରବାଦୀ ଶାସକ’

ଦିସପୁର : ରାଜ୍ୟରେ ଗୋମାଂସ କାରବାର ଉପରେ ନିଷିଦ୍ଧାଦେଶ ଜାରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର । ରାଜ୍ୟର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଜନଗହଳି ସ୍ଥାନରେ ବ୍ୟବହାର କରାଯାଉଥିବା ଗୋମାଂସ କାରବାର ଉପରେ ଏହି ରୋକ୍ ଲଗାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀ  ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ, ୨୦୨୧ରେ ଗୁହାଳ ସଂରକ୍ଷଣ ଆଇନ ପାସ ହୋଇଛି । ଏଣୁ ବିଭିନ୍ନ ଜନଗହଳି ସ୍ଥାନରେ ତଥା କଂସେଇଖାନାରେ ଗୋହତ୍ୟା ଓ ଗୋମାଂସ କାରବାର ଉପରେ ନିଷିଦ୍ଧଦେଶ ଜାରି କରାଯିବ । ତେବେ ଏହି ରୋକ ଜାରି ହେବା ପୂର୍ବରୁ ସମାଜବାଦୀ ପାର୍ଟି ସାଂସଦ ଇକ୍ରା ହସନ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟବାସୀଙ୍କ ବ୍ୟକ୍ତିଗତ ପସନ୍ଦ ଉପରେ ନିଷ୍ପତ୍ତି ନେବା ଆପଣଙ୍କର କୌଣସି ଅଧିକାର ନାହିଁ । ଯଦି ଏହି ନୀତି ଲାଗୁ କରାଯାଏ, ତେବେ ଶାସନ ଏକଛତ୍ରବାଦ ଆଡ଼କୁ ଯିବ ।
ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୩ ବର୍ଷ ପୂର୍ବେ ମଧ୍ୟ ଆମେ କଂସେଇଖାନାରେ ଗୋହତ୍ୟା ଉପରେ ରୋକ୍ ଲଗାଇବା ପାଇଁ ନିୟମ ଆଣିଥିଲୁ ଏବଂ ଆଜି ଏହା ସଫଳତାର ସହ ପାସ୍ ହୋଇଛି । ଏଣୁ ଆମ ସରକାର ନିଷ୍ପତ୍ତି ନେଇଛି ଯେ, ରାଜ୍ୟର କୌଣସି ହୋଟେଲ୍ କିମ୍ବା ରେଷ୍ଟୁରାଣ୍ଟ ତଥା ଜନଗହଳିସ୍ଥାନରେ ଗୋମାଂସ କାରବାର ହୋଇପାରିବ ନାହିଁ । ତେବେ ପୂର୍ବରୁ କେବଳ ମନ୍ଦିରଗୁଡ଼ିକ ନିକଟରେ ଚାଲିଥିବା କଂସେଇଖାନାକୁ ବନ୍ଦ ନିଦେ୍ର୍ଦଶ ହୋଇଥିବା ବେଳେ ଏବେ ରାଜ୍ୟର ସବୁ ସ୍ଥାନରେ ଗୋମାଂସ କଟା ଯାଉଥିବା କଂସେଇ ଖାନାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।