ରାଜ୍ୟପାଳଙ୍କ ସହ ଆଲୋଚନା କଲେ କଳାହାଣ୍ଡିବାସୀ
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀରୁ ୨୫ ଦଫା ଦାବୀ ନେଇ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ଠାରୁ ପଦଯାତ୍ରା ଆରମ୍ଭ କରିଥିବା କଳାହାଣ୍ଡି ଜିଲ୍ଲାର ୨୫ ଜଣ ଅଧିବାସୀ ଚଳିତ ଅକ୍ଟୋବର ୧୮ ତାରିଖ ଶୁକ୍ରବାର ଦିନ ରାଜ୍ୟପାଳ ରଘୁବର ଦାସଙ୍କୁ ରାଜଭବନରେ ସାକ୍ଷାତ କରିଛନ୍ତି । ଜନ ସଂଗ୍ରାମ ସମିତି, କଳାହାଣ୍ଡି ପକ୍ଷରୁ ଆୟୋଜିତ ପଦଯାତ୍ରାରେ ସାମିଲ ହୋଇଥିବା ଏହି ଅଧିବାସୀଙ୍କ ସହ ରାଜ୍ୟପାଳ ଶ୍ରୀ ଦାସ ବିଷଦ ଆଲୋଚନା କରି ତାଙ୍କର ଦାବିକୁ ଧ÷ର୍ଯ୍ୟର ସହ ଶୁଣିଥିଲେ । ଆଲୋଚନା ସମୟରେ ଅଧିବାସୀମାନେ ପ୍ରାୟ ୬୦୦ କିମିରୁ ଉଦ୍ଧ୍ୱର୍ ପଦଯାତ୍ରା କରି ଆସିଥିବା ଜାଣି ରାଜ୍ୟପାଳ ଶ୍ରୀ ଦାସ ପଦଯାତ୍ରା ବନ୍ଦ କରିବାକୁ ଅନୁରୋଧ କରିଥିଲେ । ଅଧିବାସୀମାନଙ୍କର ଦାବି ସମାଧାନ ତଥା ଅଂଚଳର ବିକାଶ ପାଇଁ ରାଜ୍ୟ ସରକାର ଓ କଳାହାଣ୍ଡି ଜିଲ୍ଲା ପ୍ରଶାସନ ସହିତ ଆଲୋଚନ କରିବାକୁ ଆଶ୍ୱାସନା ଦେଇଥିଲେ । ଆଲୋଚନା ପରେ ଜନ ସଂଗ୍ରାମ ସମିତି, କଳାହାଣ୍ଡିର ସଭାପତି ସାଉଳ ମଙ୍ଗରାଜ ରାଜ୍ୟପାଳଙ୍କ ସହ ହୋଇଥିବା ଆଲୋଚନାରେ ସନ୍ତୋଷ ପ୍ରକାଶ କରିବା ସହ ପଦଯାତ୍ରା ବନ୍ଦ କରାଯିବ ବୋଲି କହିଥିଲେ ।