୨୩ରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ
CM grievance Cell
ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨୩ରେ ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗର ଶୁଣାଣୀ କରିବେ । ଆଜି ଠାରୁ ଜନଶୁଣାଣୀ ପୋର୍ଟାଲ ବା ଜନଶୁଣାଣୀ ମୋବାଇଲ ଆପ୍ଳିକେସନ ମାଧ୍ୟମରେ ପଞ୍ଜୀକରଣ ଆରମ୍ଭ ହୋଇଛି । ପଞ୍ଜୀକୃତ ସର୍ବାଧିକ ୧ ହଜାର ଦରଖାସ୍ତକାରୀ ୨୩ ତାରିଖ ଦିନ ୧୧ଟା ସମୟରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କର ଅଭିଯୋଗ ଦେଇପାରିବେ । ୟୁନିଟ-୫ ଭୁବନେଶ୍ୱର ସ୍ଥିତ ସରକାରୀ ବାସଗୃହ ନମ୍ବର ଭିଆଇଆଇଆଇଏମଆର-୪ ଠାରେ ଜନଶୁଣାଣୀ ହେବ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।