ବିବାହର ମିଥ୍ୟା ପ୍ରତିଶୃତି ଦେଇ ଠକେଇ; ଠକ ଗିରଫ

ବିବାହର ମିଥ୍ୟା ପ୍ରତିଶୃତି ଦେଇ ଠକେଇ; ଠକ ଗିରଫ

  •  ଭୁବନେଶ୍ୱର,୧୯ ।୯ : ହସ୍ପିଟାଲରେ ସ୍ୱିପର ଭାବେ କାମ କରୁଥିବା ଜଣେ ଦଳିତ ଯୁବତୀଙ୍କୁ ବିବାହର ମିଥ୍ୟା ପ୍ରତିଶୃତି ଦେଇ ଲୁଟି ନେଲା ୧ ଲକ୍ଷ ୩୦ ହଜାର ଟଙ୍କା । ଏନେଇ ଇନଫୋସିଟି ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ନୟାଗଡ଼ ଜିଲ୍ଲାର ଲିଟୁ ଦଙ୍ଗା ।
     ସୂଚନା ଯୋଗ୍ୟଯେ, ଦଳିତ ଅଭିଯୋଗକାରିଣୀ ପୂର୍ବରୁ କିଟ କଲେଜରେ ସ୍ୱିପର ଭାବେ କାମ କରୁଥିବା ବେଳେ ଅଭିଯୁକ୍ତ ଲିଟୁ ସେଠାରେ øପ୍ଲାୟର ଭାବେ କାମ କରୁଥିଲେ । ସେଠାରେ ଅଭିଯୁକ୍ତ ପୀଡ଼ିତାଙ୍କ ସମ୍ପର୍କରେ ଆସିଥିବା ବେଳେ ଅଭିଯୁକ୍ତ ତାଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିଲେ ଓ ପରେ ବିବାହର ମିଥ୍ୟା ପ୍ରତିଶୃତି ଦେଇ ୬ ମାସ ଧରି ଖୋର୍ଦ୍ଧାରେ ଏକ ଭଡ଼ା ଘରେ ତାଙ୍କ ସହିତ ରହିଥିଲେ । ସେଠାରେ ରହିବାର କିଛିଦିନ ପରେ ଅଭିଯୁକ୍ତ ତାଙ୍କଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା ନେଇଥିଲେ । ଗତ ୭ ତାରିଖ ଉଭୟ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ନିଜ ନିଜ ଘରକୁ ଯାଇଥିବା ବେଳେ ଅଭିଯୁକ୍ତ ଗ୍ରାମରୁ ଆଉ ଫେରିନଥିଲେ । ଫଳରେ ପୀଡ଼ିତା ଅଭିଯୁକ୍ତଙ୍କୁ ବାରମ୍ବାର ଫୋନ କଲ ସାହାଜ୍ୟରେ ସମ୍ପର୍କ କରିବାକୁ ଚେଷ୍ଟା କରୁଥିଲେ ଶୁଦ୍ଧା ଅଭିଯୁକ୍ତ ତାଙ୍କ ଫୋନ ଉଠାଉନଥିଲେ । ଫଳରେ ପୀଡ଼ିତା ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ଏହି ବିଷୟରେ ଜଣାଇ, ତାଙ୍କ ଘରକୁ ଯିବାକୁ କହିବାରୁ ଅଭିଯୁକ୍ତ ଏବଂ ତାଙ୍କ ପରିବାର ଲୋକ ପିଡ଼ିତାଙ୍କୁ ଘରକୁ ଆସିଲେ ହତ୍ୟା କରିବାର ଧମକ ଦେଇଥିଲେ । ଏନେଇ ଅଭିଯୋଗକାରିଣୀ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।