ଗୀତରୁ କମେଡ଼ି ସବୁଠି ସଫଳ: ରଙ୍ଗିଲା ରଞ୍ଜିତ୍

ସେ ଗୀତରେ ଯେମିତି ଦର୍ଶକଙ୍କୁ ମତୁଆଲା କରିପାରନ୍ତି, କମେଡ଼ିରେ ବି ହସେଇ ହସେଇ ପେଟ ଦରଜ କରିଦିଅନ୍ତି । ଆମେ କହୁଛୁ ଟୁ-ଇନ୍-ୱାନ ପ୍ରତିଭା ରଙ୍ଗିଲା ରଞ୍ଜିତ୍ଙ୍କ କଥା । ତାଙ୍କର ପ୍ରକୃତ ନାଁ ରଞ୍ଜିତ ସାହୁ, ହେଲେ ଏବେ ସେ ରଙ୍ଗିଲା ରଞ୍ଜିତଙ୍କ ନାଁରେ ଖ୍ୟାତି ଅର୍ଜନ କରିଛନ୍ତି । ଖାଲି ଅଭିନୟ କି ସଂଗୀତ ନୁହେଁ କାର୍ଟୁନ୍ ଦୁନିଆରେ ବି ସେ ନିଜର ପରିଚୟ ସୃଷ୍ଟି କରିସାରିଲେଣି । ପିଲାଙ୍କର ଖୁବ୍ ପ୍ରିୟ ଉକ୍ରଳ କାର୍ଟୁନ ୱାଲର୍ଡରେ ପ୍ରସାରିତ ନଟିଆ କମେଡିରେ ସେ ନିଜର ଭଏସ୍ ଦେବା ସହିତ ନିଜ ପାଇଁ ସ୍ୱତନ୍ତ୍ର ଚରିତ୍ର (ଯାହାର ନାଁ ମୂଷା) ମଧ୍ୟ ନେଇସାରିଲେଣି । ଜଗତସିଂହପୁର ଜିଲ୍ଲା ଜାନକାଦେଇପୁରରେ ତାଙ୍କର ଜନ୍ମ ।
କେବେ ସେ ପାଲଟିଯାଆନ୍ତି ରଙ୍ଗିନ୍ ଦୁନିଆର ପ୍ରେମିକାର ପ୍ରେମ ସାଗରରେ ବୁଡିଥିବା ଆୱାରା ପ୍ରେମିକ ତ ଆଉ କେବେ ଗୀତରେ ଗୀତରେ ହତାଶିଆ ପ୍ରେମିକର କରୁଣ ଚିକ୍ରାର ସହ କହିଛନ୍ତି ‘ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ’ । ଏହି ଗୀତଟି ମାର୍କେଟରେ ଚହଳ ସୃଷ୍ଟି କରିଥିଲା । ବାହାଘର, ଭସାଣି, ମେଲୋଡିଠାରୁ ନେଇ ପ୍ରତିଟି ଫଙ୍କସନରେ ଥିଲା ରଙ୍ଗିଲାଙ୍କର ସେଇ ଗୀତ । ଅତୀତରେ ତାଙ୍କର ଅନେକ ଆଲବମ୍ ସଂଗୀତ ୟୁଟୁ୍ୟବରେ ରିଲିଜ୍ ହେବା ସହ ଭାଇରାଲ ହୋଇଛି । ତାଙ୍କର ପ୍ରଫେସନାଲ ଜୀବନ ଆରମ୍ଭ ହୋଇଥିଲା ନାଇନଟି ଟୁ ପଏଣ୍ଟ ସେଭେନ୍ ବିଗ ୍ଏଫ୍ଏମରୁ । ଯେଉଁଥିରେ ‘ସେ ଡୋଣ୍ଟ୍ ମାଇଣ୍ଡ’୍ କମେଡି କାର୍ଯ୍ୟକ୍ରମ କରିଥିଲେ ଓ ସେବେଠୁ ତାଙ୍କର ଭଏସ୍କୁ ଶ୍ରୋତାମାନେ ଖୁବ୍ ପସନ୍ଦ କରିଥିଲେ । ଏହାପରେ ଧିରେଧିରେ ସେ ଅଭିନୟ ଜଗତରେ ପାଦ ଥାପିଥିଲେ କମେଡି ମାଧ୍ୟମରେ । କମେଡି କିଙ୍ଗ ପପୁ ପମପମଙ୍କ ସହ ‘ପେଡେଲ ମାରି ମାରି ପାଦର ପାରାଗନ୍ ଗଲା ସରି’ ଆଲବମରେ ଅଭିନୟ କରିବାର ସୁଯୋଗ ବି ପାଇଥିଲେ । ଓଡିଶାର ଲୋକପ୍ରିୟ ଟିଭି ଚ୍ୟାନେଲ ଓଡିଶା ଟେଲିଭିଜନ୍ ଲିମିଡେଟ୍ (ଓଟିଭି)ରେ ପ୍ରସାରିତ ରାଜନୀତିଭିତ୍ତିକ କାର୍ଯ୍ୟକ୍ରମ ‘ଦ ଗ୍ରେଟ୍ ଓଡିଶା ପଲଟିକାଲ ସର୍କସ’ରେ ଅଭିନୟ କରିବାର ସୁଯୋଗ ପାଇ ନିଜର କମେଡି ଅନ୍ଦାଜରେ ଦର୍ଶକଙ୍କ ମନ ଜିଣିପାରିଥିଲେ । ତରଙ୍ଗ ମୁ୍ୟଜିକ୍ରେ ପ୍ରସାରିତ ଷ୍ଟାଣ୍ଡ ଅପ୍ କମେଡି ସୋ’ ଜରିଆରେ ସେ ଦର୍ଶକଙ୍କ ହୃଦୟ ଛୁଇଁବାରେ ସମର୍ଥ ହୋଇପାରିଛନ୍ତି ।
ୟୁଟୁ୍ୟବରେ ଫେମସ୍ କମେଡିଆନ ଗୁଲୁଆଙ୍କ ସହ ସେ ଅନେକ ମଜାଦାର ଭିଡିଓରେ ଆସିବାର ସୁଯୋଗ ପାଇଛନ୍ତି । ଏହାଛଡା କମେଡିଆନ୍ ନନସେନ୍ସ ମଣି, ଜ୍ଞାନ, ପ୍ରଳୟ ଏମିତି ଅନେକଙ୍କ ସହ କମେଡି ଭିଡିଓ ମାଧ୍ୟମରେ ଆସି ପ୍ରଶସିଂତ ହୋଇପାରିଛନ୍ତି । ରଙ୍ଗିଲାଙ୍କର ‘ଛାତିରେ ପୋଷ୍ଟର’ ଗୀତଟକୁି ୟୁଟୁ୍ୟବରେ ପନ୍ଦର ମିଲିୟନ୍ ଲୋକେ ଖୁବ୍ ଭଲପାଇବା ଦେଇଛନ୍ତି । ବାଡୁଅରେ ବାଡ ଭାଙ୍ଗୁଛ, ବହି ହୁତୁହୁତୁ ହୋଇ ଜଳିବ, ବାଡୁଅ ବୟସ ଅଡୁଆ, ଉକ୍ରଳ ସନ୍ତାନ ଏଭଳି ଅନେକ ସୁପରହିଟ୍ ଗୀତରେ କଣ୍ଠଦାନ କରିଛନ୍ତି ସେ । ଅତୀତରେ ବହୁ ଲୋକପ୍ରିୟ ହୋଇଥିବା କଲରସ୍ ଓଡିଆର ‘ଗୀତା’ ସରିଏଲରେ ଦାରା ଅଙ୍କଲ ଚରିତ୍ରରେ ତାଙ୍କର ଭଏସକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ରଙ୍ଗିଲା କମେଡି ୟୁଟୁ୍ୟବ ଚ୍ୟାନେଲରେ ଶୂନ୍ୟ କିଳା, ରାଉଡି ରାଠୋର, ଭାରତ ଛୋଡୋ ଭଳି କମେଡି ମଧ୍ୟ ସେ ଭେଟି ଦେଇଛନ୍ତି । ଯାହା ଲୋକଙ୍କୁ ଖୁବ୍ ପସନ୍ଦ ମଧ୍ୟ ଆସଛି । ବର୍ତ୍ତମାନ ସମୟରେ ରଙ୍ଗିଲାଙ୍କ ୟୁଟୁ୍ୟବ୍ କାର୍ଟୁନ୍ ଦୁନିଆର ‘ମୂଷା’ର ଭଏସ୍ ଏବେ ଖୁବ୍ ଚର୍ଚ୍ଚାରେ । ଏହାଛଡା ସେ ଅନେକ ଚରିତ୍ରରେ ଭଏସ୍ ଡବିଙ୍ଗ୍ ମଧ୍ୟ କରୁଛନ୍ତି । ଖାଲି ସେତିକି ନୁହେଁ ମେଲୋଡି ଜଗତରେ ପାଦ ଥାପିବା ପରେ ଅକେଷ୍ଟ୍ରା ଓଡିଶା ଆଇଡଲ୍’ ଗ୍ରୁପ୍ କରି ଜନମାନସରେ ବେଶ୍ ଆଦୃତି ଲାଭ କରିଛନ୍ତି ।