୨୭ରେ ବିଧାନସଭା ଘେରିବ କଂଗ୍ରେସ


ାା  ପ୍ରଭାନୁ୍ୟଜ  ।ା ଢେଙ୍କାନାଳ, ୨୪ା୩: ଆମଗୀ ମାର୍ଚ୍ଚ ୨୭ ତାରିଖ ଦିନ ବିଧାନସଭା ଘେରାଉ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ କଂଗ୍ରେସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ପିସିସି ପର୍ଯ୍ୟବେକ୍ଷକ ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ଏବଂ ବିଧାୟକ ସୁଜିତ ପାଢ଼ୀ, ପିସିସି ପ୍ରବକ୍ତା ବିଶ୍ୱଜିତ ଦାସଙ୍କ ଉପସ୍ଥିତ ଥିଲେ । ଓଡ଼ିଶାରେ ବିଜେପି ଦଳର ମୋହନ ମାଝି ସରକାରଙ୍କର ବିଗତ ୯ମାସ ଶାସନକାଳରେ ରାଜ୍ୟରେ ଅହେତୁକ ଭାବରେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା, କୁର୍କମ, ଗଣଧର୍ଷଣ ଓ ହତ୍ୟା, କୁମାରୀ ମାତୃତ୍ୱ , ଅପହରଣ ଆଦି ଘଟଣା ନାରୀ ସମାଜରେ ଏକ ଭୟର ବାତାବରଣ ସୃଷ୍ଟି କରିଛି । ଯାହାକୁ ଓଡ଼ିଶା କଂଗ୍ରେସ ଦୃଢ଼ ପ୍ରତିବାଦ କରିବା ସହିତ ଏହାର ନିରାକରଣ ନିମନ୍ତେ ସରକାର ଉପରେ ଚାପ ସୃଷ୍ଟି କରିବା ଉଦେ୍ଦଶ୍ୟରେ ଏହି ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏତଦ୍ ବ୍ୟତୀତ ରାଜ୍ୟରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୁପେ ଭୁଷୁଡି ପଡିଛି । ହୋଲି ଦିନ ସର୍ବସମ୍ମୁଖରେ ୯ଟା ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ରାଜ୍ୟବ୍ୟାପୀ ପ୍ରତ୍ୟେକ ମୁହୂର୍ତ୍ତରେ ଘଟୁଥିବା ଅପରାଧର ବିବରଣୀ ପ୍ରତ୍ୟେକ ଦିନ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଅନେକ ଘଟଣା ଲୋକଲୋଚନକୁ ଆସୁନାହିଁ । ପାଖାପାଖି ୪୦ ହଜାର ମହିଳା ରାଜ୍ୟରେ ନିଖୋଜ ଅଛନ୍ତି । ଏହି ନିଖୋଜ ମହିଳାଙ୍କୁ କେବେ ଖୋଜି ପୁଲିସ ଘରକୁ ଫେରାଇ ଆଣିବ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ କଂଗ୍ରେସର ବିଧାନସଭା ସଦସ୍ୟମାନେ ଏକ ଗୃହ କମିଟି କରିବା ପାଇଁ ଦାବି କରିବାକୁ ମୋହନ ମାଝି ସରକାର ପ୍ରତ୍ୟାଖ୍ୟାନ କରୁଛନ୍ତି  । କଂଗ୍ରେସର ବିଧାୟକମାନେ ଏହା ଦାବି କରି ଶାସକ ଦଳର ସଦସ୍ୟଙ୍କ ଆକ୍ରୋଶର ଶିକାର ହେବା ସହିତ ଅଗଣତାନ୍ତ୍ରିକ ଢ଼ଙ୍ଗରେ ଗୃହରୁ ବହିଷ୍କୃତ ହୋଇଛନ୍ତି  । ମାଝି ସରକାର ୯ମାସ ମଧ୍ୟରେ ନିର୍ବାଚନ ପ୍ରତିଶ୍ରୁତି ପାଳନରେ ମଧ୍ୟ ବିଫଳ ହୋଇଛନ୍ତି  । ୩୦୦ ୟୁନିଟ ମାଗଣା ବିଦ୍ୟୁତ୍, ମାସିକ ଟ୩୫୦୦/- ବାର୍ଦ୍ଧକ୍ୟ ଭତ୍ତା, ମେଡିକାଲ କଲେଜ ପ୍ରସଙ୍ଗ ଆଦି ଅନେକ କିଛି ପାଣିର ଗାର ହୋଇଯାଇଛି । ଏହି ସବୁ ପ୍ରସଙ୍ଗକୁ ନେଇ ବିଧାନସଭା ଘେରାଉ କରାଯିବ ଏବଂ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପାଖାପାଖି ଦୁଇ ହଜାର କର୍ମୀ ଘେରାଉ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସଭାପତି ଶ୍ରୀ ଦାଶ ଗଣମାଧ୍ୟମକୁ ଜଣାଇଛନ୍ତି । ଏହି ସଭାରେ ଅବିନାଶ ପଣ୍ଡାଙ୍କୁ ପରଜଙ୍ଗ ବ୍ଲକ୍ ପାଇଁ ଏବଂ ଅଶୋକ କୁମାର ନାଥଙ୍କୁ କାମାକ୍ଷାନଗର ବ୍ଲକ୍ର ସଂଯୋଜକ ଭାବେ ଘୋଷଣା କରାଯାଇଛି  । କଙ୍କଡ଼ାହାଡ଼ରୁ ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ସାହୁ, ବ୍ରଜବନ୍ଧୁ ସାହୁ, ବାବୁଲାଲ୍ ସାହୁ ବିଜେଡି ଦଳ ଛାଡି କଂଗ୍ରେସରେ ଯୋଗଦାନ କରିଥିବାରୁ ପିସିସି ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏଆଇସିସି ସଦସ୍ୟ ଶାନ୍ତନୁ ସାହୁ, ପିସିସି ପୂର୍ବତନ ସାଧାରଣ ସଂପାଦକ ତରୁଣକାନ୍ତ ମିଶ୍ର, ବେଣୁଧର ସାହୁ, ବିଧାନସଭା ପ୍ରାର୍ଥୀ ଗୋବର୍ଦ୍ଧନ ନାଏକ, ବରିଷ୍ଠ କଂଗ୍ରେସ ନେତା ସୁଭାଷିନୀ ମହାକୁଡ଼, ସମସୀଦା ତାଏବ, ଶିଳ୍ପୀ ଶ୍ରୀ ହରିଚନ୍ଦନ, ଉର୍ମିଳା ଦାସ, ପ୍ରଭୁଦତ ଭଟ୍ଟ, ସରୋଜ ସତପଥି, ସୁବାଷ ପାଲ, ଡମ୍ବରୁଧର ସେଠୀ, ଛବିରାଜ ବିଶ୍ୱାଳ, ବିନୟ ସାହୁ, ନିଶାକର ସାହୁ, ପରେଶ୍ ମିଶ୍ର, ଫକୀର ଚରଣ ବେହେରା, ମହମ୍ମଦ ସମୀର, ସୁଶାନ୍ତ କୁମାର ଧଳ, ପ୍ରମୋଦ ମହାପାତ୍ର, ଗୟାରାମ ସେଠୀ, ମନୋଜ କୁମାର ରଥ, ସୁବାଷ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ବେଣୁଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।