ସହରାଞ୍ଚଳ ଶିକ୍ଷା ଅଧିକାରୀଙ୍କ ସ୍ଥାୟୀ ଅବସ୍ଥାନ ପାଇଁ ଦାୟୀ କଲା ରାଷ୍ଟ୍ରୀୟ ଅଭିଭାବକ ସଂଘ
ଭୁବନେଶ୍ୱର ମ୍ୟୁନିସିପାଲଟି ଶିକ୍ଷା ମଣ୍ଡଳ ରେ ମାତ୍ରାଧିକ ବେସରକାରୀ ସ୍କୁଲ୍ ର ଅବସ୍ଥିତି କୁ ନଜରରେ ରଖି ସହରାଞ୍ଚଳ ଶିକ୍ଷା ଅଧିକାରୀ(City Education Officer) ଙ୍କ ସ୍ଥାୟୀ ଅବସ୍ଥାନ ନିମନ୍ତେ ଦାବୀ କଲା ରାଷ୍ଟ୍ରୀୟ ଅଭିଭାବକ ମହାସଂଘ।
ଭୁବନେଶ୍ୱର ମ୍ୟୁନିସିପାଲଟି ଶିକ୍ଷା ମଣ୍ଡଳ ନିମନ୍ତେ ସ୍ଥାୟୀ ସହରାଞ୍ଚଳ ଶିକ୍ଷା ଅଧିକାରୀ (City Education Officer) ଙ୍କ ଅବସ୍ଥାନ ନିମନ୍ତେ ରାଷ୍ଟ୍ରୀୟ ଅଭିଭାବକ ମହାସଂଘ ର ସଭାପତି ଶ୍ରୀ ଭୁମୋହନ ବେବର୍ତ୍ତା ପଟ୍ଟନାୟକ ଶିକ୍ଷା ସଚିବଙ୍କ ନିକଟରେ ଦାବୀ ରଖିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଓଡ଼ିଶା ମାନଚିତ୍ର ଅନୁଯାୟୀ ଭୁବନେଶ୍ବର ମ୍ୟୁନିସିପାଲଟି ଶିକ୍ଷା ମଣ୍ଡଳ ଏକ ଗୁରୁତ୍ତ୍ୱପୂର୍ଣ ସ୍ଥାନ ବହନ କରୁଛି, ସରକାରୀ ତଥ୍ୟ ଅନୁଯାୟୀ ଓଡିଶାର ୩୧୪ ବ୍ଲକ୍ ରେ ୬୦୪୮ ବେସରକାରୀ ବିଦ୍ୟାଳୟ ଚାଲୁଅଛି ଯେଉଁଥିରେ କି ଖାଲି ଭୁବନେଶ୍ୱରର ମ୍ୟୁନିସିପାଲଟି ରେ ୩୧୨ ବେସରକାରୀ ସ୍କୁଲ ଚାଲୁଛି(ବ୍ଲକ ବ୍ୟତୀତ) ଯାହା କି ପରିସଂଖ୍ୟାନ ଅନୁଯାୟୀ ମାତ୍ରାଧିକ। ଭୁବନେଶ୍ୱର ରେ ଅବସ୍ଥିତ ସ୍କୁଲ୍ ସଂଖ୍ୟାକୁ ଦେଖିଲେ ଜଣାପଡ଼େ କି କିଛି ଜିଲ୍ଲାର ସ୍କୁଲ୍ ସଂଖ୍ୟା ମଧ୍ୟ ଭୁବନେଶ୍ୱର ମ୍ୟୁନିସିପାଲଟି ରେ ଥିବା ସ୍କୁଲ୍ ଠାରୁ କମ୍ ଫଳରେ କାର୍ଯ୍ୟାଳୟ ରେ ମାତ୍ରାଧିକ ଚାପ ରହିବା ସ୍ବାଭାବିକ ଯାହାକି ବିଭିନ୍ନ ସମସ୍ୟାକୁ ନେଇ କାର୍ଯ୍ୟାଳୟ କୁ ଯିବା ସମୟରେ ସମସ୍ତେ ଅନୁଭବ କରୁଛନ୍ତି। ଭୁବନେଶ୍ୱର ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ରେ ଆବଶ୍ୟକ ତା ଅନୁଯାୟୀ କର୍ମଚାରୀ ମଧ୍ୟ ନାହାନ୍ତି, ଏହି ସମସ୍ୟାକୁ ସମାଧାନ ନିମନ୍ତେ ବିଗତ ଦିନରେ ଆମେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ ଏବଂ ଘଟଣାର ଗୁରୁତ୍ୱ ଉପଲବ୍ଧି କରି ବିଭାଗ ତରଫରୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ତରୀୟ ଜଣେ ଅଧିକାରୀଙ୍କୁ ସହରାଞ୍ଚଳ ଶିକ୍ଷା ଅଧିକାରୀ (City Education Officer) ରୁପେ ଅବସ୍ଥାପିତ କରାଯାଇଥିଲା, କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଅଧିକାରୀ ଜଣଙ୍କ ସପ୍ତାହରେ ଗୋଟିଏ ଦିନ ଭୁବନେଶ୍ଵରରେ ଅବସ୍ଥାପନ୍ନ କରୁଛନ୍ତି ଫଳରେ ଯେଉଁ ଉଦ୍ଦେଶ୍ୟ ନିମନ୍ତେ ଏହି ବ୍ୟବସ୍ଥା କରାଯାଇଥିଲା ତାହାର ଉଦ୍ଧେଶ୍ୟ ସାଧନ ହୋଇପାରୁନାହିଁ ଏବଂ ଯେକୌଣସି କାର୍ଯ୍ୟପାଇଁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡ଼ୁଛି।
ଏହି ସମସ୍ୟାର ଗୁରୁତ୍ୱ ଉପଲବ୍ଧି କରି ଭୁବନେଶ୍ୱର ସହରାଞ୍ଚଳ ଶିକ୍ଷା ଅଧିକାରୀ ଙ୍କ ନିମନ୍ତେ ଭୁବନେଶ୍ୱର ରେ ସ୍ଥାୟୀ ବ୍ୟବସ୍ଥା କରାଯିବା ନିମନ୍ତେ ରାଷ୍ଟ୍ରୀୟ ଅଭିଭାବକ ମହାସଂଘ ତରଫରୁ ଶିକ୍ଷା ସଚିବଙ୍କ ନିକଟରେ ଦାବୀ ରଖାଯାଇଛି।
ଆଜି ଏହି ସନ୍ଦର୍ଭରେ ମହାସଂଘ ର ସଭାପତି ଶ୍ରୀ ଭୁମୋହନ ପଟ୍ଟନାୟକ ଙ୍କ ନେତୃତ୍ବରେ ଉପସଭାପତି ଶ୍ରୀ ଶଙ୍କର ସାମନ୍ତରାୟ,ସାଧାରଣ ସମ୍ପାଦକ ଶ୍ରୀ ପ୍ରଦୀପ୍ତ ମିଶ୍ର ଏବଂ କୋରାପୁଟ ଜିଲ୍ଲା ସଭାପତି ଶ୍ରୀ ଶିଶିର ସାହୁ ଆଦି ଯାଇ ଶିକ୍ଷା ସଚିବଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ ଏବଂ ବିଭାଗ ତରଫରୁ ତୁରନ୍ତ ସମାଧାନ ନିମନ୍ତେ ପ୍ରତିଶୃତି ଦିଆଯାଇଥିଲା।