‘ବେଟି ବଚାଓ ଅଭିଯାନ’ ଚିନ୍ତନ ବୈଠକ

 ଭୁବନେଶ୍ୱର:  ରାଜ୍ୟରେ ମହିଳା ଓ କିଶୋରୀ ମାନଙ୍କ ଉପରେ ଅତ୍ୟାଚାରର ପ୍ରତିକାର ଓ ନ୍ୟାୟ  ପ୍ରଦାନ ପାଇଁ ବେଟି ବଚାଓ ଅଭିଯାନ ପକ୍ଷରୁ ଏକ ଚିନ୍ତନ ବୈଠକ ବୁଦ୍ଧ ମନ୍ଦିର ପରିସରରେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହିଳା ସମ୍ମାନ ଓ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଓ ମହିଳା ସାମାଜିକ କର୍ମୀ ମାନେ ଯୋଗଦେଇ ସେମାନଙ୍କର ସୁବିଚାର ଓ ମତାମତ ପ୍ରଦାନ କରିଥିଲେ । ବେଟି ବଚାଓ ଅଭିଯାନ ତଥା ଓଡିଶା ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ ସମ୍ପୂର୍ଣ ସୁରକ୍ଷା ସହ ଆମ ଝିଅ ଓ ମହିଳା ମାନେ କିପରି ସୁରକ୍ଷିତ ହେବେ ସେ ନେଇ ଆଲୋଚନା କରିଥିଲେ । ଜାତୀୟ ମାନବିକ ଅଧିକାର ଆଯୁକ୍ତର  କୋର କମିଟି ସଭ୍ୟ ମନୋଜ ଜେନା ସବୁ ହେଲ୍ପ ଲାଇନ ନମ୍ବରକୁ ଅତ୍ୟାଧୁନିକ ଟେକନୋଲୋଜି ଦ୍ୱାରା ସମ୍ପୃକ୍ତ ବିଭାଗ ସହ ଯୋଡି, ଗୋଟିଏ ହେଲ୍ପ ଲାଇନ ନମ୍ବର ରହିବା ସହ ମହିଳା କମିଶନ, ଶିଶୁ କମିଶନ, ଶିଶୁ ସହଯୋଗ କେନ୍ଦ୍ର ପରି ସବୁ ହେଲ୍ପ ଲାଇନକୁ ତୁରନ୍ତ କାଯ୍ୟକ୍ଷମ କରିବା ପ୍ରସ୍ତାବ ଦେଇଥିଲେ । "କନ୍ୟା ଅନମୋଲ ହେ’ର ସଭାପତି ସରୋଜ ଦାଶ ଯୋଗଦେଇ ଝିଅ ମାନଙ୍କୁ ସୁରକ୍ଷା ଉପରେ ଗୁରୁତ୍ୱପୂର୍ଣ ପ୍ରସ୍ତାବ ଦେଇଥିଲେ । ସନ୍ଦୀପ ଦାସ, ଜୟ କାନୁନଗୋ, ରଘୁନାଥ ମଣ୍ଡଳ, ଚିଦାନନ୍ଦ ଜେନା, ପ୍ରସନ୍ନ ବିଶୋଇ, ଅଶୋକ ପାଇକରାୟ, ବରିଷ୍ଟ ସାମ୍ବାଦିକ ରମେଶ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରି ମହିଳା ସୁରକ୍ଷା ଉପରେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ନାରୀ ନ୍ୟାୟ ବାହିନୀ ଆବାହକ ଡା ଗାୟତ୍ରୀ ବିଶ୍ୱାଳ, ବେଟି ବାଚାଓ ଅଭିଯାନର ସମ୍ପାଦିକା ସୂର୍ଯ୍ୟାସ୍ମିତା ପଣ୍ଡା, ଯୁଗ୍ମସମ୍ପାଦିକା ନିବେଦିତା ପଟ୍ଟନାୟକ ଓ ବେବି ନାୟକ, ରଙ୍କନାଥ ଶୈଳବାଳା ମେମୋରିଆଲ ଟ୍ରଷ୍ଟ ଫାଉଣ୍ଡର ସିଫାଳୀ ଶର୍ମା, ରଂଯୁକ୍ତା ବେହେରା, ଡିଆରପି ଭିଏସ ଟ୍ରଷ୍ଟ, ଝୁନା ପଟ୍ଟନାୟକ, ପୂର୍ବତନ କର୍ପୋରେଟର ମୋହନ ହେମ୍ରମ, କଳ୍ପନା ସାହୁ, ପୂଜା ଆଚାର୍ଯ୍ୟ, କୃତ୍ୱଞ୍ଜଳି କୁମାର, କୃଷ୍ଣ ବେହେରା, ନିହାର ବରାଳଙ୍କ ସହ  ଅନେକ ସାମାଜିକ କର୍ମୀ ଯୋଗ ଦେଇ ଆଲୋଚନା କରିଥିଲେ । ଅଭିଯାନର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନାର ନିର୍ଯାସର କାର୍ଯ୍ୟକାରୀ ସଂକ୍ରାନ୍ତୀୟ ପ୍ରସ୍ତାବର  ସ୍ମାରକ ପତ୍ର ପ୍ରଦାନ ପାଇଁ ନିଷ୍ପତି ହୋଇଥିଲା