ଏଟିଏମ କାଡର଼୍ ବଦଳ କରି ୪୦ହଜାର ଲୁଟ୍
ବ୍ୟାସନଗର : ପୈାରାଞ୍ଚଳ ଡ଼ାକବଙ୍ଗଳା ନିକଟରେ ଥିବା ଏସବିଆଇ ମୁଖ୍ୟଶାଖା ନିକଟରେ ଥିବା ଏଟିଏମରୁ ଜଣେ ଗ୍ରାହକଙ୍କ ଏଟିଏମ ବଦଳ କରି ଲୁଟେରା ୪୦ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିବାର ଅଭିଯୋଗ ହୋଇଛି । ଗ୍ରାହକ କୋପଣ୍ଡ ମହନ୍ତ ସାହିର ରବିନ୍ଦ୍ର କୁମାର ସାହୁ ଏସବିଆଇ ମୁଖ୍ୟ ଶାଖା ଏଟିଏମରୁ ଟଙ୍କା ଉଠାଇବାକୁ ଯାଇ ପହଁଚିଥିଲେ । ଏଟିଏମକୁ ଯାଇ କାଡର଼୍ ଭର୍ତ୍ତି କରିବା ପରେ ଟଙ୍କା ବାହାରି ନଥିଲା । ବିଳମ୍ବ ହେବାରୁ ପଛରେ ଠିଆ ହୋଇଥିବା ଯୁବକ କାହିଁକି ଏତେ ଡେ଼ରି କରୁଛ ବୋଲି ପ୍ରଶ୍ନ କରିଥିଲେ । ରବିନ୍ଦ୍ର ଠିକ୍ରେ ଦେଖାଯାଉନି ବୋଲି କହିବା ପରେ ଯୁବକ ଜଣକ କାଡର଼୍ ଦିଅନ୍ତୁ ମୁଁ ଟ୍ରାଇ କରୁଛି ବୋଲି ପ୍ରକାଶ କରିଥିଲା । ରବିନ୍ଦ୍ର କାଡର଼୍ଟିକୁ ଦେବା ପରେ ଯୁବକ ଜଣକ ଏଟିଏମରେ କାଡର଼୍ଭର୍ତ୍ତି କରି ପିନ ମାରିବାକୁ କହିଥିଲା । ରବିନ୍ଦ୍ର ପିନ ମାରିବା ବେଳେ ଯୁବକ ତାହା ଦେଖି ନେବା ପରେ କାଡର଼୍ଟିକୁ ବାହାର କରି ରବିନ୍ଦ୍ରକୁ ଫେରାଇ ଆପଣଙ୍କ କାଡର଼୍ରେ ସମସ୍ୟା ରହିଛି କହି ଫେରାଇ ଦେଇଥିଲା । ହେଲେ ଯୁବକ ଜଣକ ରବିନ୍ଦ୍ରଙ୍କ କାଡର଼୍ ବଦଳରେ ଅନ୍ୟଏକ କାଡର଼୍ ଦେଇ ପଳାଇ ଯାଇଥିଲା । ରବିନ୍ଦ୍ର ଟଙ୍କା ଉଠାଇ ମେଡ଼ିକାଲକୁ ଚିକିିତ୍ସିତ ନିମନ୍ତେ ଯିବା ଅପେକ୍ଷାରେ ଥିବା ବେଳେ ନିରାଶ ହୋଇ ବ୍ୟାଙ୍କକୁ ଯାଇ ପାସବୁକ୍ ଯାଞ୍ଚ କରିଥିଲେ । ପାସବୁକ୍ ଯାଞ୍ଚ କରିବା ବେଳେ ମୁଖ୍ୟରାସ୍ତାରେ ଥିବା ଏସବିଆଇ ଏଟିଏମ-ଓ -୨ରୁ ପୃଥକ ପୃଥକ ଭାବେ ୪୦ହଜାର ଟଙ୍କା ଉଠାଣ ହୋଇଥିବା ଜଣିବାକୁ ପାଇଥିଲେ । ଯୁବକ ଜଣକ ହାତକୁ ବଢାଇଥିବା ଏଟିଏମ କାଡର଼୍ଟିକୁ ବଦଳ କରି ଟଙ୍କା ଲୁଟ କରାଯାଇଥିବ ରବିନ୍ଦ୍ର ଜାଣିବା ପରେ ଯାଜପୁର ରୋଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।