ଏସ୍ୟୁସିଆଇର ପ୍ରତିବାଦ ସଭା
ଯାଜପୁର ଟାଉନ: ପାଲେଷ୍ଟାଇନ୍ର ଗାଜା ଉପରେ ଆମେରିକା ଓ ଇସ୍ରାଏଲ୍ ଦୀର୍ଘ ଦେଢ଼ବର୍ଷ ଧରି ଚଳାଇଥିବା ଏକପାଖିଆ ଯୁଦ୍ଧ ବିରୁଦ୍ଧରେ ଏସୟୁସିଆଇ(କମୁ୍ୟନିଷ୍ଟ) ପକ୍ଷରୁ ଯାଜପୁର ଟାଉନ୍ ଠାରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଛି । ସଂଗଠନର ଜିଲା ସଂପାଦକ ସୁରେନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଏକ ପଟୁଆର ମେଡିକାଲଛକ ଠାରୁ ବାହାରି ଗାନ୍ଧୀଛକ, ବଡ଼ବଜାର ପ୍ରଭୃତି ଅଂଚଳ ପରିକ୍ରମା କରିଥିଲା । ଶୋଭାଯାତ୍ରାକାରୀଙ୍କ ପକ୍ଷରୁ ରାଜ୍ୟ କମିଟି ସଭ୍ୟ ସୁବାସ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ବକ୍ତାଭାବେ ସଂଗଠନର ରାଜ୍ୟ ସଂପାଦକ ଦଳ ମଣ୍ଡଳୀର ସଦସ୍ୟ ସଦାଶିବ ଦାସ ମୁଖ୍ୟ ଭାବେ ଯୋଗଦେଇ ଇସ୍ରାଏଲର ଗାଜା ଉପରେ ଚଳାଇଥିବା ନରସିଂହାରକୁ ତୀବ୍ର ସମାଲୋଚନା କରି ଏହା ତୁରନ୍ତ ବନ୍ଦ କରିବାକୁ ଦାବୀ କରିଥିଲେ । ପ୍ରତିବାଦ ସଭାରେ ଜିଲା କମିଟି ସଭ୍ୟ ବୀର କିଶୋର ନାୟକ, ରାଧାବଲ୍ଲଭ ମଲ୍ଲିକ, ସୁଲୋଚନା ପ୍ରଧାନ, ତରଙ୍ଗିଣୀ ଦାସ, ଅକ୍ଷୟ ପଣ୍ଡଶ, ଚୈତନ୍ୟ ମହାରଣା, ମଧୁସୂଦନ ସେଠୀ, ପ୍ରଫୁଲ୍ଳ ମଲ୍ଲିକ, ଲବଙ୍ଗଲତା ଜେନା, ମମତା ସେଠୀ, ଅଶୋକ ସାହୁ, କୃଷ୍ଣ ମଲ୍ଲିକ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।