ହୃଦ୍ଘାତରେ ବ୍ୟବସାୟୀଙ୍କ ମୃତୁ୍ୟ
କେନ୍ଦ୍ରାପଡା: କେନ୍ଦ୍ରାପଡା ପୌରାଞ୍ଚଳର ମହିପାଳ ସ୍ଥିତ ନାମାଚାର୍ଯ୍ୟ ବାୟାବାଙ୍କ ନୃସିଂହ ଟିକିରି ମଠରେ ଦୀର୍ଘ ବର୍ଷ ହେଲା ରହି କ୍ଷୁଦ୍ର ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିବା ବ୍ୟବସାୟୀ ଜୟଦେବ ସାହାଙ୍କ ହୃଦ୍ଘାତରେ ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା ।
ପଶ୍ଚିମବଙ୍ଗର ଚବିଶପ୍ରଙ୍ଗଣା ଜିଲ୍ଲା ସୁହେଲି ତେଲିନିପଡା(ମଝିପଡା) ଗ୍ରାମର ସ୍ୱର୍ଗତ ସାହା ଦୀର୍ଘଦିନ ହେଲା କେନ୍ଦ୍ରାପଡା ଆସି ମଠରେ ରହିବା ସହ କ୍ଷୁଦ୍ର ବ୍ୟବସାୟ କରୁଥିଲେ । ତେବେ ଆଜି ସକାଳେ ତାଙ୍କର ହୃଦ୍ଘାତରେ ଆକସ୍ମିକ ଭାବେ ମୃତୁ୍ୟ ଘଟିଥିଲା । ଖବରପାଇ ପରିବାର ଲୋକେ କେନ୍ଦ୍ରାପଡାରେ ପହଁଚି ତାଙ୍କର ମର ଶରୀରକୁ ଗ୍ରାମକୁ ନେଇଥିବା ଜଣାପଡିଛି ।