ଅମର ଯବାନ ସହିଦ ସ୍ମାରକ ରାଜକନିକାକୁ ସ୍ଥାନାନ୍ତର 

 ରାଜକନିକା : କେନ୍ଦ୍ରାପଡାର ତିନିମୁହାଣ ଛକ ସ୍ଥିତ ଅମର ଯବାନ ସହିଦ ସ୍ମାରକ ରାଜକନିକାର ଅବସର ପ୍ରାପ୍ତ ପୂର୍ବତନ ସୈନିକ ସଂଗଠନକୁ ଅର୍ପଣ କରାଯାଇଛି ।  ଏଥିପାଇଁ ଅବସର ପ୍ରାପ୍ତ ସୈନିକ ଅକ୍ଷୟ କୁମାର ନାଥ ନିଜ ସଂଗଠନ ର ସଦସ୍ୟ ମାନଙ୍କ ସହିତ କେନ୍ଦ୍ରାପଡ଼ା ଆସିଥିଲେ । କେନ୍ଦ୍ରାପଡାର ପୂର୍ବତନ ସୈନିକ ସଂଘର ସଦସ୍ୟ ମାନେ ରାଜକନିକା ସଂଘର ସଦସ୍ୟମାନଙ୍କୁ ଏହି ଅମର ଯବାନ ସହିଦ ସ୍ମାରକ କୁ ଅର୍ପଣ କରିଥିଲେ । ଅମର ଯବାନ ସହିଦ ସ୍ମାରକ କୁ ତିନି ମୁହାଣୀ ଛକରୁ ମେସିନ ଦ୍ୱାରା ଉଠାଯାଇ ଗାଡିରେ ରାଜକନିକାକୁ ଅଣାଯାଇଛି  । ଏହି ଅବସରରେ ପୂର୍ବତନ ସୈନିକ ସଂଘର ସାଧାରଣ ସମ୍ପାଦକ ବୀରବର ପାତ୍ର, ସହ ସମ୍ପାଦକ ଅକ୍ଷୟକୁମାର ସାହୁ, ବରିଷ୍ଟ ସଦସ୍ୟ କ୍ୟାପଟେନ ଅଭୟ କୁମାର ଲେଙ୍କା, ବରିଷ୍ଠ ସଦସ୍ୟ ହୃଷିକେଶ ସୁତାର,  ମାନସ କୁମାର ସାହୁ, ଶୁକଦେବ ଖଟୁଆ ଏବଂ ତିନିମୁହାଣ ଛକ ସ୍ଥିତ ପୁଲିସ ଫାଣ୍ଡିର ଇନଚାର୍ଜ ନରେନ୍ଦ୍ର କୁମାର ସୋରେନ, ରଣଜିତ ସିଂହ ଏବଂ ତିନିମୁହାଣ ଛକ ସ୍ଥିତ ନାଗରିକ ମାନେ ଉପସ୍ଥିତ ଥିଲେ ।