ସମସ୍ୟା ଘେରରେ ଲ’ କଲେଜ କଲୋନୀ ବାସିନ୍ଦା

 କେନ୍ଦ୍ରାପଡା : କେନ୍ଦ୍ରାପଡା ଲ’ କଲେଜ କଲୋନୀ ଉନ୍ନୟନ ପରିଷଦ ସଭାପତି ମହେନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ଉପସଭାପତି ସୁଶାନ୍ତ ସେଠୀ, ସମ୍ପାଦକ ନରେନ୍ଦ୍ର ମହାରଣା, ଅତିରିକ୍ତ ସମ୍ପାଦକ ବିଚିତ୍ର ନାୟକ, କୋଷାଧ୍ୟକ୍ଷ ଅଜୟ ନାୟକ ପ୍ରମୁଖ ଜିଲ୍ଲପାଳଙ୍କୁ ଭେଟି ୨ ଶହରୁ ଊଦ୍ଧ୍ୱର୍ ପରିବାର ଏହି କଲୋନୀରେ ରହୁଥିବା ବେଳେ, କଲୋନୀର ମୁଖ୍ୟତଃ ରାସ୍ତା, ପାନୀୟ ଜଳ ଯୋଗୁଁ କଲୋନୀ ବାସିନ୍ଦା ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥି ସହିତ ସ୍ଥାନୀୟ ଅଂଚଳରେ ଏକ ପ୍ଲାଷ୍ଟିକ କାରଖାନା ଥିବାରୁ ତାହାର ପ୍ରଦୂଷଣ ଯୋଗୁଁ କଲୋନୀ ରେ ବସବାସ କରୁଥିବା ବରିଷ୍ଠ ନାଗରିକ, ଶିଶୁ, ବାସିନ୍ଦା ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କାରଖାନାକୁ ସେଠାରୁ ଉଠାଇବାକୁ ଦାବି କରି ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର ନାଥ ମଲିକଙ୍କ ସହିତ ଆଲୋଚନା କରିଛନ୍ତି ।