ଶତାୟୁଙ୍କ ପରଲୋକ

 ବେଗୁନିଆ  : ଗଡ଼ମାଣତିର ଅନ୍ତର୍ଗତ ଛିଆମ ଗାଁର ଶତାୟୁ ବ୍ୟକ୍ତି କ୍ଷେତ୍ରବାସୀ ମଙ୍ଗରାଜଙ୍କ ୧୦୫ବର୍ଷ ବୟସରେ ପରଲୋକ ଘଟିଛି । ଆଜି ସକାଳ ୭ଟା ସମୟରେ ନିଜ ବାସଭବନରେ ତାଙ୍କର ସ୍ୱାଭାବିକ ଭାବେ ମୃତୁ୍ୟ ହୋଇଛି । ଶ୍ରୀ ମଙ୍ଗରାଜ ଗଡ଼ମାଣତିର ପଞ୍ଚାୟତ ତଥା ଛିଆମରେ ପ୍ରତ୍ୟକ ଶିକ୍ଷାନୁଷ୍ଠାନ ଧର୍ମାନୁଷ୍ଠାନ କାର୍ଯ୍ୟରେ ନିଜକୁ ଜଡ଼ିତ ରଖିଥିବାରୁ ତାଙ୍କୁ ସ୍ଥାନୀୟ ଜନସାଧାରଣ ସ୍ମରଣ କରିବା ସହିତ ତାଙ୍କ ମରାଶରୀରରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ସମାଜ ପ୍ରତିଥିବା ତାଙ୍କ ଅବଦାନ ଯୋଗୁ ବେଗୁନିଆ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ ଶରୀର ପାଖରେ ନିଜ ପରିବାରବର୍ଗ ଉପସ୍ଥିତ ଥିଳେ । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିବା ବେଳେ ଶବାଧାରରେ ସରପଞ୍ଚ କରୁଣାକର ଦଳସିଂହାରୟ, ଶିଶିର ମଙ୍ଗରାଜ, ବଳରାମ ରଣସିଂହ, ସମିତିସଭ୍ୟ ସଦାଶିବ ସୁନ୍ଦରାୟ,  ପଦ୍ମଲୋଚନ ରାଉତରାୟ, ସଞ୍ଜୟ ପ୍ରଧାନଙ୍କ ସମେତ ଅନ୍ୟମାନେ ପ୍ରମୁଖ ସାମିଲ ହୋଇଥିଲେ । ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର ମହାପାତ୍ର ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଗ୍ରାମ୍ୟ ଶ୍ମଶାନରେ ତାଙ୍କର ସଂସ୍କାର କରାଯାଇଥିବା ବେଳେ ପୁତ୍ର ହଜାରୀ ମଙ୍ଗରାଜ ତାଙ୍କୁ ମୁଖାଗ୍ନୀ ଦେଇଥିଲେ ।