ଋତୁସ୍ରାବ ଈଶ୍ୱରଙ୍କ ଆଶୀର୍ବାଦ: ପ୍ରଭାତୀ

 ଭୁବନେଶ୍ୱର : ସମାଜରୁ ଋତୁସ୍ରାବ ଜନିତ ନିରବତା ଭାଙ୍ଗିବାକୁ ପଡ଼ିବ । ଭୁବନେଶ୍ୱର ସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଆୟୋଜିତ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହା କହିଛନ୍ତି । ଆଇନା ଏନଜିଓ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ସହଭାଗିତାରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଋତୁସ୍ରାବ ମହିଳାମାନଙ୍କୁ ଈଶ୍ୱରଙ୍କ ପ୍ରଦତ୍ତ ଆଶୀର୍ବାଦ ବୋଲି କହିଛନ୍ତି । ସମାଜରେ ଋତୁସ୍ରାବ ଅନୁକୂଳ (ପିରିୟଡ ଫ୍ରେଣ୍ଡ୍ଲୀ) ପରିବେଶ ସୃଷ୍ଟି କରିବା ପାଇଁ ପ୍ରତି ସର୍ବସାଧାରଣ ସ୍ଥାନରେ ଏକ ମହିଳା ଅନୁକୂଳ ଜୋନ ସୃଷ୍ଟି କରିବା ପାଇଁ ସେ ନିଦେ୍ର୍ଦଶ ଦେଇଥିଲେ । ଋତୁସ୍ରାବ ଜନିତ ଅନ୍ଧବିଶ୍ୱାସ ସହ ଲଢିବା ପାଇଁ ଆମକୁ ତୃଣମୂଳସ୍ତରରେ ପରିବର୍ତ୍ତନ ଆଣିବା ସହ ଆମର ନିଜର ମାନସିକତାରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ପଡିବ ବୋଲି କହିଛନ୍ତି ।
ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ଶୁଭା ଶର୍ମା ଋତୁସ୍ରାବ ଜନିତ ଅସୁବିଧାଗୁଡିକୁ ବର୍ଣ୍ଣନା କରିବା ସହ ରାଜ୍ୟ ସରକାରଙ୍କ ପଦକ୍ଷେପଗୁଡିକୁ ଉଲ୍ଲେଖ କରିଥିଲେ । ୱାଟରଏଡ, ପିସିଆଇ ଇଣ୍ଡିଆ, ପିରାମାଲ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍, ଓଡିଶାଲାଇଭ୍, ନାୱ ପ୍ଲସ, ୟୁନିସେଫ, ସିୱାଇଏସଡି, ଭିୟୁଜ୍ ଇଣ୍ଡିଆ, ୟୁଏନଡିପି ସମେତ ଅନ୍ୟାନ୍ୟ