ସଡ଼କ ଦୁର୍ଘଟଣାରେ ଜଣେ ମୃତ
ତାଳଚେର: ତାଳଚେର ସାଉଥବଲଣ୍ଡାରୁ ହିଙ୍ଗୁଳା ଯାଇଥିବା ବାଇପାସ୍ ରାସ୍ତାରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତୁ୍ୟ ଘଟିଛି ଫଳରେ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି । ଏହି ଘଟଣାକୁ ନେଇ ସେଠାରେ ଚାପା ଉତ୍ତେଜନା ଦେଖାଦେଇଥିଲା । ଘଟଣାରୁ ପ୍ରକାଶ ମଙ୍ଗଳବାର ସକାଳ ୮ଘଟିକା ସମୟରେ ପ୍ରଶାନ୍ତ ସାହୁ (୪୦) ନିଜ ସ୍କୁଟି ଯୋଗେ ଏହି ରାସ୍ତାଦେଇ ଯାଉଥିବା ବେଳେ ଏକ ବୋଲେରୋ ତାଙ୍କୁ ଧକ୍କାଦେଇ ସେଠାରୁ ପଳାଯାଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିଲା । ଏହି ଖବର ପ୍ରଚାରିତ ହେବାପରେ ଶତାଧିକ ଲୋକରୁଣ୍ଡ ହୋଇ ପାଟିତୁଣ୍ଡ କରିବା ସହ ଉତ୍ତେଜନା ସୃଷ୍ଟି ହୋଇଥିଲା । ସାହୁ ଗୁରୁଦ୍ୱାରରେ ଭଡାÿଘର ନେଇ ଛୋଟମୋଟ ଦୋକାନ କରି ପରିବାର ଗୁଜୁରାଣ ମେଣ୍ଟାଉଥିଲେ ବୋଲି ଶୁଣିବାକୁ ମିଳେ । ତେବେ ଘଟଣା ସ୍ଥଳରୁ ଗାଡିଟି ଫେରାର୍ ହୋଇଯାଇଥିଲେ ମଧ୍ୟ ଏହି ବୋଲେରୋଟି ଓଡିଶା ସିକୁ୍ୟରିଟି ଇଣ୍ଡୋଷ୍ଟ୍ରିଆଲ (ଓଆଇଏସ୍ଏଫ)ର ବୋଲି ସେଠିକାର ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେବେ ଏସମ୍ପର୍କରେ କୋଲିୟରୀ ଥାନାକୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୂଚନା୍ ମିଳିପାରିନଥିଲା ।