ଓଡିଶାରେ ଆଇଚର୍ର ଇକୋ ଫ୍ରେଣ୍ଡଲି ଡିଜି ସେଟ୍
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନାସନାଲ ଠାରେ ଆଇଚର୍ର ଇକୋ-ଫ୍ରେରଣ୍ଡଲି ସିପିସିବି ଫୋର ପ୍ଲସ ନେକ୍ସଟ ଜେନେରେସନ୍ ଡିଜି ସେଟ୍ ଉନ୍ମୋଚିତ ହୋଇଛି । ଆଇଚର୍ ପାୱାର ସଲୁ୍ୟସନ୍ (ଭଲ୍ଭୋ ଗ୍ରୁପ ଓ ଆଇଚର୍ ମୋଟର୍ସର ମିଳିତ ଉଦ୍ୟୋଗ) ଓ ଜେନ୍ ସେଟ୍ ଇଣ୍ଡିଆ ପ୍ରାଇଭେଟ୍? ଲିମିଟେଡ୍ର ସମସ୍ତ ବରିଷ୍ଠ ପରିଚାଳକମାନଙ୍କ ଉପସ୍ଥିତିରେ ଏହି ଅତ୍ୟାଧୁନିକ ଜେନେରେଟର ସେଟ୍ ଉନ୍ମୋଚନ ହୋଇଛି । ଜେନ୍ସେଟ୍ ଇଣ୍ଡିଆ ହେଉଛି ଭାରତରେ ସାଇଲେଣ୍ଟ ଜେନେରେଟର ଉତ୍ପାଦ କରୁଥିବା ଏକ ଅଗ୍ରଣୀ ସଂସ୍ଥା । ଜେନସେଟ୍ ଇଣ୍ଡିଆ ଓଡିଶା ଡିଲର ଓ ରିଟେଲ୍ ଏବଂ ସରକାରୀ ଗ୍ରାହକଙ୍କୁ ଆଇଚର୍ର ଇକୋ-ଫ୍ରେଣ୍ଡଲି ସିପିସିବି ଫୋର ପ୍ଲସ ନେକ୍ସଟ ଜେନେରେସନ୍ ଡିଜି ସେଟ୍ ଉନ୍ମୋମାଚନ ଉସôବକୁ ନିମନ୍ତ୍ରଣ କରାଯିବା ସହିତ ଏହି ଜେନେରେଟର ନିର୍ମାଣରେ ପ୍ରୟୋଗ ହୋଇଥିବା ଆଧୁନିକ ଜ୍ଞାନକୌଶଳ, ଗୁଣବତ୍ତା ଓ ଉଚ୍ଚସ୍ତରୀୟ ବୈଷୟିକ ଉକôର୍ଷ ପ୍ରଦର୍ଶିତ ହୋଇଛି । ଗ୍ରାହକମାନଙ୍କୁ ଆର୍ଥିକ ଲାଭ ପ୍ରଦାନ ଉଦେ୍ଦଶ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ଫଳରେ ପରିବେଶ ପ୍ରତି ଅନୁକୂଳ ହେବା ସହିତ ଅତ୍ୟନ୍ତ ସ୍ୱଳ୍ପ ଇନ୍ଧନ ବ୍ୟବହାର କରାଯାଇ ୨୫-୧୬୦ କେଭିଏ ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ଡିଜି ସେଟ୍ ନିର୍ମାଣ କରାଯାଇଛି । ଆଇଚର ପାୱାର ସଲୁ୍ୟସନ୍ର ଏଜୁ୍ୟକିଟିଭ ଉପ ସଭାପତି ପ୍ରଦୀପ ମିଶ୍ର ଏବଂ ଭିଇସିଭି ପରିଚାଳନା ଟିମ୍ର ସମସ୍ତ ସଦସ୍ୟ ସିପିସିବି ଫୋର ପ୍ଲସ୍ ଜେନ୍ ସେଟ୍ର ଏକ ସଂକ୍ଷିପ୍ତ ଲାଇଭ ପ୍ରେଜେଣ୍ଟେସନ ସହ ଜେନ୍ ସେଟ୍ ଇଣ୍ଡିଆର ପରିଚାଳନା ନିଦେ୍ର୍ଦଶକ ନାଗେନ୍ଦ୍ର ରାଠୀ ଓ ଆଇଚର ପାୱାର ସଲୁ୍ୟସନ୍ସ ପକ୍ଷରୁ ପ୍ରଦୀପ ମିଶ୍ର, ସଞ୍ଜୟ କୁମାର ଏବଂ ମଧୁର ଭାର୍ଗବ ମଳିତି ଭାବରେ ଡିଜି ସେଟ୍ ଓ କାଟ୍ଲେଗ୍ ଉନ୍ମୋଚନ କରିଛନ୍ତି ।