ରାଜ୍ୟସଭା ଉପ-ନିବାର୍ଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି: ୧୦ ତାରିଖ ଯାଏଁ ନାମାଙ୍କନ, ୨୦ରେ ପଡିବ ଭୋଟ
ରାଜ୍ୟସଭା ଉପ ନିର୍ବାଚନ ପାଇଁ ବାଜିଲା ବିଗୁଲ୍, ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଆଜିଠାରୁ ଆସନ୍ତା ୧୦ ତାରିଖ ପର୍ୟ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ। ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବାକୁ ଥିବା ବେଳେ ୧୩ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ। ସେହିଭଳି ଡିସେମ୍ବର ୨୦ ତାରିଖରେ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ସୁଜିତ କୁମାର ଇସ୍ତଫା ଦେବା ପରେ ଫାଙ୍କା ପଡିଛି ରାଜ୍ୟସଭା ଆସନ। ସଂଖ୍ୟା ଦୃଷ୍ଟିରୁ ଏହି ଆସନ ଶାସକ ବିଜେପି ଖାତାକୁ ଯିବା ଏକପ୍ରକାର ନିଶ୍ଚିତ । ତେବେ ଖାଲି ପଡିଥିବା ଆସନରେ କିଏ ରାଜ୍ୟସଭା ଯିବ ତାହାକୁ ନେଇ ଏବେ ବି ସସପେନ୍ସ ଲାଗି ରହିଛି। ମମତା ମହନ୍ତଙ୍କ ଫର୍ମୁଲାରେ ସୁଜିତଙ୍କୁ ସୁଯୋଗ ମିଳିବ ନା ଦଳର ବରିଷ୍ଠ ନେତା କିଏ ରାଜ୍ୟସଭାକୁ ଯିବ ତାହା ଏଯାଏଁ ସ୍ପଷ୍ଟ ହୋଇନି।