ଅବସରପ୍ରାପ୍ତ କର୍ମଚାରୀ ସଂଘର ଦାବିପତ୍ର ପ୍ରଦାନ

 ହିଞ୍ଜିଳିକାଟୁ: ଜାତୀୟ ଦାବି ଦିବସ ଅବସରରେ ଅଖିଳ ଭାରତ ରାଜ୍ୟ ସରକାରୀ ପେନସନ ମହାସଂଘର ଆହ୍ୱାନକ୍ରମେ ହିଞ୍ଜିଳିକାଟୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ  ବିଭିନ୍ନ ଦାବି ନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ୯ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘର ସମ୍ପାଦକ ସହସ୍ରନାମ ପାଠୀଙ୍କ ନେତୃତ୍ୱରେ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଥିଲେ । ଦାବିଗୁଡିକ ମଧ୍ୟରେ ପେନ୍ସନ ଅଭିବୃଦ୍ଧି ବନ୍ଦ କରିବାକୁ ହୋଇଥିବା ସଶୋଂଧନ ପ୍ରତ୍ୟାହାର, ଶ୍ରମିକ କର୍ମଚାରୀ ବିରୋଧୀ ୪ ଗୋଟି ଶ୍ରମ କୋଡ଼କୁ ବାତିଲ କରିବା, କେନ୍ଦ୍ର ଅନୁରୂପ ଚିକିତ୍ସା ଭତ୍ତା ଅଥବା କ୍ୟାସଲେସ୍ ବୀମା ଯୋଜନା ୬୦ ବର୍ଷରୁ ଲାଗୁ କରିବା, କରୋନା ସମୟର ୧୮ ମାସର ମହଙ୍ଗା ଭତ୍ତା,ଆମ ବସ୍ ଭଳି ରାଜ୍ୟର ସରକାରୀ ଘରୋଇ ବସରେ ପେନସନରମାନଙ୍କୁ ରିହାତି ଯାତ୍ରା ଆଦି ଦାବି ଉଲ୍ଲେଖ ରହିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ବିମ୍ବାଧର ସାହୁ, ଅଶୋକ କୁମାର ପାଠୀ, ପୁରୁଷୋତ୍ତମ ସାହୁ, ଗନ୍ତାୟତ ପରିଡା, ରମେଶ ଚନ୍ଦ୍ର ଚୌଧୁରୀ, ହରିହର ପଣ୍ଡା ,ସହସ୍ରନାମ ପାଠୀ, ଚନ୍ଦ୍ରଭାନୁ ସାବତ, ପ୍ରଭାକର ସାବତ, ହରିହର ଚୌଧୁରୀ , ପ୍ରମୋଦ କୁମାର ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ ।