କମ୍ୟୁନିଷ୍ଟ ପାର୍ଟିର ଛତ୍ରପୁର ବିଧାୟକ ପ୍ରାର୍ଥୀ ହେଲେ ଗୁରୁନାଥ

ଛତ୍ରପୁର: ଛତ୍ରପୁର ବିଧାନସଭା ନିର୍ବାଚନ ନିମନ୍ତେ ପୂର୍ବରୁ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରାର୍ଥୀମାନଙ୍କ ନାମ ଘୋଷଣା ହୋଇଥିବା ବେଳେ ଶୁକ୍ରବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଛତ୍ରପୁର ବିଧାୟକ ପ୍ରାର୍ଥୀ ଭାବେ ଶ୍ରମିକ ନେତା ଗୁରୁନାଥ ପ୍ରଧାନଙ୍କ ନାମ ସର୍ବ ସମ୍ମତି କ୍ରମେ ଘୋଷଣା କରାଯାଇଛି ଏନେଇ ଆଜି ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବର୍ଷିୟାନ କମ୍ୟୁନିଷ୍ଟ ନେତା ରାଜୀବ ଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସିପିଆଇ ଜାତୀୟ ପରିଷଦର ସଦସ୍ୟ ଆଶିଷ କାନୁନଗୋ, ରାଜ୍ୟ ସମ୍ପାଦକ ମଣ୍ଡଳୀର ସଦସ୍ୟ ଜୟନ୍ତ ଦାଶ, ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀହର୍ଷ ରଥ, ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦି ନାରାୟଣ ରେ‡ୀ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ୍ ଜନାର୍ଦ୍ଦନ ରେ‡ୀ, ଗଞ୍ଜାମ ଜୋନାଲ ସମ୍ପାଦକ ଦଣ୍ଡପାଣି ପାତ୍ର, ଉକ୍ରଳ ମହିଳା ସମିତିର ଉପସଭାନେତ୍ରୀ ଏନ୍ ଭାନୁମତି ରେ‡ୀ, ଦୁର୍ଯେ୍ୟାଧନ ପରିଡା, ଏନ୍ ମୁନା ପାତ୍ର, ଏସ୍ କ୍ରିଷ୍ଣା ରେ‡ୀ, ଗୋକୁଳ ଚନ୍ଦ୍ର ପଣ୍ଡା, ଶରତ ପଟ୍ଟନାୟକ, ସହଦେବ ରେ‡ୀ, କାମଦେବ ନାହାକ, ପୂର୍ଣ୍ଣ ଚନ୍ଦ୍ର ରଥ, କେଷବ ନାହାକ, ମଥୁରା ସୁବୁଦ୍ଧି, ରବି ମହାପାତ୍ର, ମାଗୁଣିବିଷୋୟୀ, ଏସ.ତ୍ରିନାଥ ରେ‡ୀ ଓ ଏନ.ଗିରିଜା ପ୍ରସାଦ ରେ‡ୀଙ୍କ ସମେତ ନିର୍ବାଚନ ମଣ୍ଡଳୀର ବହୁ ଛାମୁଆ ନେତା ଓ ସକ୍ରିୟ କର୍ମୀମାନେ ଯୋଗ ଦେଇ ଦଳୀୟ ବିଧାୟକ ପ୍ରାର୍ଥୀ ଗୁରୁନାଥ ପ୍ରଧାନଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବା ନିମନ୍ତେ ଦୃଢ ସଂକଳ୍ପ ନେଇଥିଲେ । ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ପୂବର୍ରୁ ଲାଲଗଡ ଭାବେ ପରିଚିତ ହୋଇଥିବା ବେଳେ ଏହି ର୍ନିବାଚନ ମଣ୍ଡଳୀରେ ୮ ଥର ଦଳୀୟ ପ୍ରାର୍ଥୀ ବିଧାୟକ ଭାବେ ର୍ନିବାଚିତ ହୋଇ ସମସ୍ତ ବର୍ଗର ଲୋକଙ୍କ ହିତ ନିମନ୍ତେ କାର୍ଯ୍ୟ କରିଛନ୍ତି । ଚଳିତ ନିର୍ବାଚନରେ ଗରିବ ଖଟିଖିଆଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କର ବିଭିନ୍ନ ସମସ୍ୟା ନେଇ ରାଜନିତୀ ମୈଦାନକୁ ଓହ୍ଲାଇଛି ବୋଲି ଗୁରୁନାଥ ପ୍ରଧାନ ନିଜ ବକ୍ତବ୍ୟରେ କହିବା ସହିତ କେନ୍ଦ୍ରର ମୋଦୀ ସରକାରଙ୍କ ବିରୁଦ୍ଧରେ ଦୃଢ ଜବାବ ଦିଆଯିବ ବୋଲି ସେ କହିଛନ୍ତି । ବିଶେଷ କରି ·ଷୀଙ୍କ ହିତ ନିମନ୍ତେ ବିଭିନ୍ନ କାର୍ଯ୍ୟ କରିବା ସହିତ ଛାତ୍ରମାନଙ୍କ ସୁବିଧା ଲାଗି କାର୍ଯ୍ୟ କରିବାର ମୁର୍ଦ୍ଦା ନେଇ ଘରକୁ ଘର ବୁଲି ଲୋକଙ୍କ ପାଖରେ ପହଂଚି ନିଜ ପ୍ର·ର ଆରମ୍ଭ କରିବେ ବୋଲି ବିଧାୟକ ପ୍ରାର୍ଥି ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ।