ବିଜେପିର ବିଜୟ ସଂକଳ୍ପ ସମାବେଶ

ଅନୁଗୁଳ: ରାଜ୍ୟରେ ମୋଦୀଙ୍କ ଡବଲ ଇିଞ୍ଜିନ ସରକାର ହେଲେ ମାଆମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ମୂଲ୍ୟର କୁପନ ଦିଆଯିବ । ଏହି ଅର୍ଥକୁ ସେମାନେ ଏକକାଳୀନ କିମ୍ବା ନିଜ ସୁବିଧା ଅନୁସାରେ ଦୁଇ ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ ବୋଲି ମଙ୍ଗଳବାର ସମ୍ବଲପୁର ସଂସଦୀୟ କ୍ଷେତ୍ର ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ପ୍ର·ର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ଶ୍ରୀ ପ୍ରଧାନ ବିଜେପିର ସଂକଳ୍ପ ପତ୍ର ଉପରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ଏହା କହିଥିଲେ । ରାଜ୍ୟରେ ଡବଲ ଇିଞ୍ଜିନ ସରକାର ହେଲେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ  ବ୍ୟାଙ୍କ ଖାତାରେ ଏହି ଅର୍ଥ ଦିଆଯିବ । କଟନୀଛଟନୀ ନାଁରେ ·ଷୀଙ୍କୁ ଯେଉଁ ଶୋଷଣ ହେଉଛି, ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ । କେନ୍ଦୁପତ୍ର ତୋଳାଳିଙ୍କୁ ୩୫ ପ୍ରତିଶତ, କେନ୍ଦୁପତ୍ର ବାନ୍ଧୁଥିବା ଲୋକଙ୍କୁ ୧୦ ପ୍ରତିଶତ ବୋନସ ଦିଆଯିବ । କେନ୍ଦୁପତ୍ର ବିଡା ୧.୬୦ ଟଙ୍କାରୁ ୨ ଟଙ୍କା ବୃଦ୍ଧି କରାଯିବ । ପାତ୍ରପଡ଼ାର ଅଧିଷ୍ଠାତ୍ରୀ ଦେବୀ ମା' ବାୟାଣୀ ପୀଠକୁ ରାଜ୍ୟସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବରେ ବିକଶିତ କରାଯିବ । ଏହାସହ ଓଡ଼ିଶାରେ "ମୁକ୍ତ ବିଜୁଳି ଯୋଜନା' ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ଓଡ଼ିଶାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମାଗଣାରେ ବିଜୁଳି ଯୋଗାଇ ଦିଆଯିବ । ଏହା ଦ୍ୱାରା କେବଳ ମାଗଣା ବିଜୁଳି ଉପଲବ୍ଧ ହେବ ନାହିଁ । ସଂଚିତ ବିଜୁଳିକୁ ସରକାରଙ୍କୁ ବିକ୍ରି କରି ୧ ହଜାର, ୨ ହଜାର କିମ୍ବା ତା' ଠାରୁ ଅଧିକ ଅତିରିକ୍ତ ଆର୍ଥିକ ସହାୟତା ମଧ୍ୟ ପାଇବେ ଲୋକେ । ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଜନଆସ୍ଥା କ୍ରମାଗତ ଭାବରେ ବଢିବାରେ ଲାଗିଛି । କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦି ସରକାର ଏବେ ସୁଦ୍ଧା ଓଡ଼ିଶା ପ୍ରତି ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୫୫ ଲକ୍ଷ ମହିଳାଙ୍କ ଘରେ ମାଗଣା ରନ୍ଧନ ଗ୍ୟାସ ଲାଗିଛି । ଅପରପକ୍ଷରେ ଦୀର୍ଘ ୨୫ ବର୍ଷର ଶାସନରେ ପାନୀୟ ଜଳ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟସେବା, ରୋଜଗାର ବଡ ସମସ୍ୟା ଭାବରେ ଉଭା ହୋଇଛି । ଛେଣ୍ଡିପଦାରେ ୪୦ ୟୁପି ସ୍କୁଲ ବନ୍ଦ ହୋଇଯାଇଛି । ଓଡ଼ିଶାକୁ ମୋଦୀ ଦେଉଥିବା ଅର୍ଥର ବାଟମାରଣା କରି ଅଣ ଓଡ଼ିଆ ଠିକାଦାରଙ୍କୁ ପୋଷାଯାଉଛି । କିନ୍ତୁ ଏହା ଉପରେ ପ୍ରଶ୍ନ କଲେ ବିଜେଡି ରାଜମିସ୍ତ୍ରୀ ହେବାର ଆକ୍ଷେପ କରୁଛି । ଏଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ଲୋକ ହେବେ । ଅଣଓଡ଼ିଆ ଗୁମାସ୍ତାଙ୍କୁ ଲୋକମାନେ ପ୍ରତ୍ୟାଖ୍ୟାନ କରିବା ପାଇଁ ମନ ବଳାଇଛନ୍ତି । ଓଡ଼ିଶାରେ ଏଥର ନିଶ୍ଚୟ ପରିବର୍ତ୍ତନ ହେବ । ଏହି ଅବସରରେ ଶ୍ରୀ ପ୍ରଧାନ ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ଛେଣ୍ଡିପଦା, ପାତ୍ରପଡା ସମେତ ଅନେକ ସ୍ଥାନରେ ନିର୍ବାଚନୀ ଶୋଭାଯାତ୍ରାରେ ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରାଙ୍କ ସହ ସାମିଲ ହୋଇ ଦୁଇ ଥର ପଦ୍ମ ଫୁଲରେ ଭୋଟ୍ ଦେଇ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭିକ୍ଷା କରିଥିଲେ ।